ପ୍ରଶାସନ ଶୁଣିଲାନି; ପକ୍କା ଘର ପାଇବା ପାଇଁ ଅନଶନକୁ ଆପଣାଇଲେ ଅକ୍ଷୟ

ବନ୍ତ,(ଚାନ୍ଦିନୀ ମହାନ୍ତି) : କେନ୍ଦ୍ର ଓ ରାଜ୍ୟ ସରକାର ସାଧରଣ ଗରିବ ଶ୍ରେଣୀର ଲୋକମାନଙ୍କୁ ବାସଗୃହ ଯୋଗାଇ ଦେଉଥିବା ବେଳେ ଏନେଇ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଅର୍ଥ ମଞ୍ଜୁର କରୁଛନ୍ତି । ମାତ୍ର କେତେକ କ୍ଷେତ୍ରରେ ପ୍ରକୃତ ହିତାଧିକାରୀ ମାନେ ଏହି ଯୋଜନାରୁ ବଞ୍ôଚତ ହୋଇ ବହୁ ଦୁଃଖରେ କାଳାତିପାତ କରୁଛନ୍ତି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବନ୍ତ ବ୍ଲକ ଟିଲୋ ଦେବତା ଗଢିଆ ଗ୍ରାମର ଅକ୍ଷୟ କୁମାର ସେଠୀଙ୍କ କ୍ଷେତ୍ରରେ । ଦୀର୍ଘ ୪ ବର୍ଷ ହେବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ପଞ୍ଚାୟତ ଠାରୁ ରାଜ୍ୟ ପଞ୍ଚାୟତରାଜ ବିଭାଗ ପର୍ଯ୍ୟନ୍ତ ଦୌଡି ଦୌଡି ନୟାନ୍ତ ହୋଇଥିଲେ ମଧ୍ୟ ତାଙ୍କୁ ଏପର୍ଯ୍ୟନ୍ତ ପକ୍କା ଘରଟିଏ ଯୋଗାଇ ଦିଆଯାଇନାହିଁ । ଶେଷରେ ସେ ଆଜି ବନ୍ତ ବ୍ଲକ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି । ସେ ଜଣେ ଗରିବ ଦଳିତ ଲୋକ ହୋଇଥିବା ବେଳେ ଚାଳଛପର ଘରେ ବାସ କରୁଛନ୍ତି । ଗତ ୨୦୧୭ ମସିହାରେ ପକ୍କା ଘର ଖଣ୍ଡିଏ ପାଇବା ପାଇଁ ସେ ପଞ୍ଚାୟତ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ତାଙ୍କର ଆବେଦନ ଫର୍ମର କ୍ରମିକ ନଂ-୧୬୭ ଥିଲା । ପରେ ସେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତରାଜ ସଚିବଙ୍କ ପର୍ଯ୍ୟନ୍ତ ଗୁହାରି କରିସାରିଛନ୍ତି । ହେଲେ ତାଙ୍କ କଥା କେହି ଶୁଣୁନାହାନ୍ତି । ଶେଷରେ ସେ ଆମରଣ ଅନଶନ ଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ତାଙ୍କୁ ପକ୍କା ଘର ନମିଳିବା ପର୍ଯ୍ୟନ୍ତ ସେ ଆମରଣ ଅନଶନ ଜାରି ରଖିବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ