୪୫୦ ଲି.ଦେଶୀ ମଦ ଜବତ; ୩ ଗିରଫ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଆଗରପଡା ବଜାର ଅଞ୍ଚଳରେ ଜିଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୪୫୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି । ଚଢାଉ ସ୍ଥାନରୁ ଏକ ବାଇକ୍ ଜବତ କରାଯିବା ସହ ସୋର ଥାନା ନଟାପଡା ଗ୍ରାମର ଦୀନେଶ କୁମାର ଲେଙ୍କା ଓ ପୁରୁଷଣ୍ଢ ଗ୍ରାମରେ ରହୁଥିବା ବିହାର ଅଞ୍ଚଳର ସନ୍ତୋଷ ପ୍ରସାଦ ଗୁପ୍ତା ଓ ଦେବେନ୍ଦ୍ର କୁମାର ଗିରଫ କରାଯାଇଛି । ଜିଲାପାଳ ଜ୍ଞାନ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଅବକାରୀ ଅଧିକ୍ଷକ ଗୌତମ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱବାଧାନରେ ଅବକାରୀ ନୀରିକ୍ଷକ ଧନେଶ୍ୱର ବରାଡ, କ୍ଷିତିଶ ଦାସ, ଭ୍ରାମ୍ୟମାଣ ଭାରପ୍ରାପ୍ତ ଅଧିକାରୀ ବ୍ରଜମୋହନ ମଲ୍ଲିକଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଟିମ୍ରେ ଏ.ଏସ.ଆଇ ଭବେଶ ଦାସ, ପ୍ରହଲ୍ଲାଦ ସାମଲ, କନେଷ୍ଟବଳ ପ୍ରଦୀପ ମଲ୍ଲିକ, ଶିବ ପ୍ରସାଦ ସାହୁ, ଖଗେଶ୍ୱର ଜେନା, ଅନବାଦିତ୍ୟ ବାରିକ, ଜେମାମଣି ଜାମୁଦା ସାମିଲ ଥିଲେ । ଏନେଇ ଅବକାରୀ ବିଭାଗ ପକ୍ଷରୁ ୧୨୩ ଓ ୧୨୪ ମୂଳେ ଦୁଇଟି ମାମଲା ରୁଜ୍ଜୁ ହୋଇଛି ।


