୩୨ତମ ସଡ଼କ ସୁରକ୍ଷା ମାସ ପାଇଁ ଲାୟନ୍ସ କ୍ଲବର ଚକ୍ଷୁ ପରୀକ୍ଷା ଶିବିର

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଆଞ୍ଚଳିକ ପରିବହନ ସଂସ୍ଥା ଆନୁକୂଲ୍ୟରେ ଏବଂ ଲାୟନ୍ସ କ୍ଲବ ଭୁବନେଶ୍ୱର ଓଡ଼ିଶା ସହଯୋଗରେ ୩୨ତମ ସଡ଼କ ସୁରକ୍ଷା ମାସ ପାଇଁ ଏକ ଚକ୍ଷୁ ପରୀକ୍ଷା ଶିବିର ବସ୍ ଚାଳକ ଭାଇମାନଙ୍କ ପାଇଁ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବରମୁଣ୍ଡା ବସ୍‌ଷ୍ଟାଣ୍ଡଠାରେ ଭୁବନେଶ୍ୱର ବସ୍ ମାଲିକ ସଂଘ ପକ୍ଷରୁ ଏହାର ଆୟୋଜନ କରାଯାଇଥିଲା । ରାସ୍ତା ଦୁର୍ଘଟଣାକୁ କିଛି ମାତ୍ରାରେ ରୋକିବା ପାଇଁ ଚାଳକଭାଇମାଙ୍କର ଚକ୍ଷୁ ପରୀକ୍ଷା ଯେ ନିହାତି ଜରୁରୀ, ତାହା ସମସ୍ତେ ବୁଝିପାରିଥିଲେ । ଏଥିପାଇଁ ପରିବହନ ସଂସ୍ଥାର କମିଶନର ଶ୍ରୀଯୁକ୍ତ ସଞ୍ଜୀବ ପଣ୍ଡା ଉକ୍ତ କାର୍ଯ୍ୟକ୍ରମରେ ଯୋଗାଦନ କରି ସମାଜ ପ୍ରତି ଥିବା ଦାୟିତ୍ୱଗୁଡ଼ିକୁ ସମ୍ପାଦନ କରିବା ପାଇଁ ସମସ୍ତ ଚାଳକ ଭାଇମାନଙ୍କୁ ଉପଦେଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଆଞ୍ଚଳିକ ପରିବହନ ଅଧିକାରୀ-୧ ଓ ୨ ଯୋଗଦାନ କରି କିପରି ସଡ଼କ ଦୁର୍ଘଟଣାକୁ ସମ୍ପୂର୍ଣ୍ଣଭାବେ ନିୟନ୍ତ୍ରଣ କରାଯିବ ସେଥିପାଇଁ ଅନେକ ମୂଲ୍ୟବାନ ଉପଦେଶ ପ୍ରଦାନ କରିଥିଲେ ।ଲାୟନ୍ସ ଚକ୍ଷୁ ଚିକିତ୍ସାଳୟର ଅଧ୍ୟକ୍ଷ ଲାୟନ ସୁଧାଂଶୁ କୁମାର ମହାନ୍ତି, ଲାୟନ୍ସ ଚକ୍ଷୁ ଚିକିତ୍ସାଳୟକୁ ଏହି ମହତ୍ କାର୍ଯ୍ୟରେ ସାମିଲ୍ କରିଥିବାରୁ ସେ ଆଞ୍ଚଳିକ ଅଧିକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କ୍ଲବର ସଭାପତି ଲାୟନ ଅଶୋକ ଅଗ୍ରୱାଲା, ସମ୍ପାଦକ ଲାୟନ ତପନ କୁମାର ହରିଚନ୍ଦନ ଓ ବହୁ ଲାୟନସଭ୍ୟ ଯୋଗଦାନ କରି ଚାଳକ ଭାଇମାନଙ୍କୁ ଉତ୍ସାହିତ କରିଥିଲେ । ଲାୟନ୍ସ ଚକ୍ଷୁ ଚିକିତ୍ସାଳୟର ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଲାୟନ ଡାଃ ପ୍ରସନ୍ନ କୁମାର ମହାନ୍ତି ଏବଂ ଷ୍ଟାଫମାନେ ୫୫ଜଣ ଚାଳକଙ୍କ ଚକ୍ଷୁ ପରୀକ୍ଷା କରିଥିଲେ ।୧

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ