ଭାରତୀୟ ଜୀବନ ବୀମା ଉନ୍ନୟନ ଅଧକାରୀ ସଂଘର ୬୫ ତମ ପ୍ରତିଷ୍ଠା ଦିବସ ପାଳିତ

ବ୍ରହ୍ମପୁର,(ଓ୍ବାଇଏନ୍ଏସ୍): ଭାରତୀୟ ଜୀବନ ବୀମା ଉନ୍ନୟନ ଅଧକାରୀ ସଂଘର ୬୫ ତମ ପ୍ରତିଷ୍ଠା ଦିବସ ବ୍ରହ୍ମପୁର ମଣ୍ଡଳୀୟ ସଂଗଠନ ଦ୍ୱାରା ସାଧାରଣ ସମ୍ପାଦକ ଶ୍ରୀ ପ୍ରଭାକର ନାହାକ ଙ୍କ ତତ୍ୱାବଧାନରେ ସ୍ଥାନୀୟ ହୋଟେଲ ଶଙ୍କର ଭବନରେ ଆଡମ୍ବର ସହ ପାଳିତ ହୋଇ ଯାଇଛି |ଉକ୍ତ କାର୍ଯ୍ୟ କ୍ରମରେ ଭାରତୀୟ ଜୀବନ ବୀମା ନିଗମ ବ୍ରହ୍ମପୁର ମଣ୍ଡଳର ବରିଷ୍ଠ ପ୍ରବନ୍ଧକ ଶ୍ରୀ ଶଙ୍କର ପ୍ରସାଦ ପରିଛା ବଜାର ପରିଚାଳକ ଶ୍ରୀ ଗୁପ୍ତେଶ୍ୱର ପରିଛା ସଂମ୍ମାନିତ ଅତଥି ଭାବେ ଯୋଗ ଦେଇ ସୂବେଚ୍ଛା ଜଣାଇବା ସହ ଏଲ .ଆଇ.ସି ସାମାଜିକ ଦାୟିତ୍ୱକୁ ଆହୁରି ଆଗକୁ ନେବାରେ ସମସ୍ତେ ଯୋଗ ଦାନ କରିବା ପାଇଁ ଆହ୍ୱାନ ଦେଇଥିଲେ |ସଂଗଠନ ର ସଭାପତି ଶ୍ରୀ କେ.ଜି.କେ ନାଇଡୁ ସ୍ୱାଗତ ଭାଷଣ ଦେବା ସହ ସମସ୍ତ କର୍ମକର୍ତା ସେମାନଙ୍କ ଅନୁଭୂତି ବ୍ୟାଖ୍ୟା କରିଥିଲେ | କର୍ମକର୍ତା ଶ୍ରୀ ସୁବ୍ରତ କୁମାର ଖାଡ଼ଙ୍ଗା ମଂଚ ପରିଚାଳନା କରି ଥିଲେ |ଏହି ସଭାରେ ବ୍ରହ୍ମପୁର ମଣ୍ଡଳ ସମସ୍ତ ଶାଖାର ପ୍ରତିନିଧି ସହ ଏଲ.ଆଇ.ସି ର ବିଭିନ୍ନ ସଂଗଠନର ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ