ତିରୁଣା ଓ ଡେରିକି ସମବାୟ ସମିତିରେ ଧାନ ମଣ୍ଡି ଉଦଘାଟିତ
ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଅନ୍ତର୍ଗତ ତିରୁଣା ସେବା ସମବାୟ ସମିତିର ଧାନମଣ୍ଡି ବୁଧବାର ସମିତି କାର୍ଯ୍ୟାଳୟ ସମ୍ମୁଖରେ ଉଦଘାଟିତ ହୋଇଯାଇଛି । ଏହି ମଣ୍ଡିକୁ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ନାଉଗାଁ ଶାଖାର ପରିଚାଳକ ମନୋରଂଜନ ଦାସ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମିତିର ସଭାପତି କମଳାକାନ୍ତ ପରିଡା, ବ୍ଲକ ଯୋଗାଣ ବିଭାଗର ଡିଇଓ ମାନସ ରଂଜନ ସ୍ୱାଇଁ, ଧାନ କ୍ରୟ କମିଟିର ସଦସ୍ୟ ଅକ୍ଷୟ କୁମାର ବିଶ୍ୱାଳ, ପ୍ରଫୁଲ୍ଲ କୁମାର ଲେଙ୍କା, ଡମ୍ବରୁଧର ପରିଡା, ଗୌରାଙ୍ଗ ଚରଣ ସ୍ୱାଇଁ, ନରୋତମ ଦାସ, ବୋର୍ଡ ସଦସ୍ୟ କୃତିବାସ ସାସମଲ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସଂପାଦକ ରଂଜନ ବେହେରା, ଡିଇଓ ଜୟନ୍ତ କୁମାର ପରିଡା, ସଚିନ କୁମାର ବେହୁରା,ସୋବନୀ ମଲିକ ପ୍ରମୁଖ ପରିଚାଳନା କରୁଥିଲେ । ଏହି ମଣ୍ଡିରେ ୬୯୦ ଜଣ ଚାଷୀ ଧାନ ବିକ୍ରୟ ପାଇଁ ନାମ ପଂଜିକରଣ କରିଥିବା ବେଳେ ପ୍ରଥମ ଦିନରେ ୧୫ଜଣ ଚାଷୀଙ୍କୁ ଧାନ ଦେବା ପାଇଁ ଟୋକନ ଦିଆଯାଇଥିବା ବେଳେ ୫ ଶହ କୁଇଟାଲ ଧାନ ସଂଗ୍ରହ ପାଇଁ ଧାର୍ଯ୍ୟ କରାଯାଇଥିଲା । ସେହିପରି ଡେରିକି ସମବାୟ ସମିତି ପକ୍ଷରୁ ଧାନ ମଣ୍ଡିରେ ଉଦଘାଟିତ ହୋଇଯାଇଛି । ସମିତି ସଂପାଦକ ଉଲ୍ଲାସ ଜେନାଙ୍କ ଅଧ୍ୟକ୍ଷତାରେ ଏଆରସିଏସ ସୁଭଦ୍ରା ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ତାଙ୍କ ସହିତ ନାଉଗାଁ ବ୍ଳକ ଏରିଆ ଅଫିସର ଶିବପ୍ରସାଦ ମହାନ୍ତି, ବ୍ଲକ ଯୋଗାଣ ବିଭାଗର ଡିଇଓ ମାନସ ରଂଜନ ସ୍ୱାଇଁ, କ୍ରୟ କମିଟି ସଦସ୍ୟ ଗାଲବ ଜେନା,ଅଜିତ ସ୍ୱାଇଁ, ବିଜୟ ବେହେରା, ଚାଷୀ କ୍ଷୀରୋଦ ଲେଙ୍କା, ପ୍ରତାପ ଦାସ, ବାବାଜୀ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ସମିତି ସହାୟକ ସଂପାଦକ ବାପୁଜୀ ଜେନା ଓ ଡିଇଓ ପ୍ରଶାନ୍ତ ସ୍ୱାଇଁ ପରିଚାଳନା କରୁଥିଲେ । ଏହି ମଣ୍ଡିରେ ୬୨୬ ଜଣ ଚାଷୀ ଧାନ ବିକ୍ରୟ ପାଇଁ ନାମ ପଂଜିକରଣ କରିଥିବା ବେଳେ ପ୍ରଥମ ଦିନରେ ୧୦ଜଣ ଚାଷୀଙ୍କ ଠାରୁ ୨୬୭ କୁଇଟାଲ ଧାନ ସଂଗ୍ରହ କରାଯାଇଛି ।