ଅବହେଳିତ ଅବସ୍ଥାରେ ୩୦ ପରିବାର
ନାଉଗାଁ,(ଯୁଗାବ୍ଦ ନ୍ୟୂଜ୍): ଗ୍ରାମଂଚଳରେ ଗମନାଗମନର ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କରାଯାଉଛି । କିନ୍ତୁ ଦାୟିତ୍ୱରେ ଥିବା ଅଧିକାରୀ ଦାୟିତ୍ୱହୀନତା ଓ ଜନ ପ୍ରତିନିଧିକଙ୍କ ଦୁର ଦୃଷ୍ଟିର ଯୋଗୁଁ ଯୋଜନାର ସୁଫଳ ହେଉନଥିବା ଦେଖାଯାଇଛି । ଫଳରେ ଗମନାଗମନ ସମସ୍ୟାରେ ଛନ୍ଦ ହୋଇ ପଡୁଛନ୍ତି ନାଉଗାଁ ବ୍ଳକର ଜନସାଧାରଣ । ଏହି ବ୍ଲକର କୋକିଢିଅ-ତେଲସରା ମୁଖ୍ୟରାସ୍ତାର ନିକଟସ୍ଥ ବଂଧମୁଣ୍ଡାର ଜମୁନା ସ୍ନାନ ମେଳନ ପଡିଆର ରାସ୍ତାରୁ ୧ କିମି ରାସ୍ତା ଦିର୍ଘ ବର୍ଷ ତଳେ ନିର୍ମାଣ କରାଯାଇଥିଲା କିନ୍ତୁ ଏହି ରାସ୍ତାର ନିର୍ମାଣ ଶେଷ ହେଉନାହିଁ । ବର୍ଷା ହେଲେ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହୁଛି । ଫଳରେ ଗାଁକୁ ଯିବା ଆସିବା କରିବାକୁ ସ୍ଥାନୀୟ ଜନସାଧାରଣମାନେ ଇଛା କରୁନାହାନ୍ତି । ଏହି ରାସ୍ତା ତିରୁଣା ପଂଚାୟତ ଓ ଡେରିକି ପଂଚାୟତରେ ରହୁଛି । ଫଳରେ ରାସ୍ତା ନିର୍ମାଣ ପାଇଁ ଏହି ଦୁଇ ପଂଚାୟତର ରାଜନେତା ମାନେ ଇଛା ପକଟ କରୁନଥିବା ଅଭିଯୋଗ ହେଉଛି । ଫଳରେ ଏହି ଦୁଇଟି ପଂଚାୟତର ସିମାରେଖାରେ ବସବାସ କରୁଥିବା ୩୦ରୁ ଉର୍ଦ୍ଧ ପରିବାରଙ୍କ ପ୍ରତି ଆଖି ବୁଝି ଦେଇଛି ପ୍ରଶାସନ । ମିଳିଥିବା ସୂଚନା ଅନୁଯାଇ ଏହି ରାସ୍ତାକୁ ପ୍ରଥମେ ୨୬ ବର୍ଷ ପୂର୍ବେ ଅର୍ଥାତ ୧୯୯୩ ମସିହାରେ ତକ୍ରାଳିନ ବିଧାୟକ ଉମେଶ ସ୍ୱାଇଁଙ୍କ ଅଂଚଳିକ ଉନ୍ନୟନ ପାଣ୍ଠିରୁ ଉକ୍ତ ମୁଖ୍ୟରାସ୍ତା ଠାରୁ ମେଂଟାଲ ଓ ମୋରମ ପକାଯାଇ ରାସ୍ତା ନିର୍ମାଣ କରାଯାଇଥିଲା । ଏହାର ଦିର୍ଘବର୍ଷ ପରେ ତଥା ୨୦୧୪-୧୫ ମସିହାରେ ତକ୍ରାଳୀନ ବିଧାୟକ ଚିରଂଜୀବ ବିଶ୍ୱାଳଙ୍କ ଆଂଚଳି ଉନ୍ନୟନ ପାଣ୍ଠିରୁ ୫ଲକ୍ଷ ଟଙ୍କା ବିନିମୟରେ ପାଖାପାଖି ୫୦୦ଫୁଟ କଂକ୍ରିଟ ରାସ୍ତା ନିର୍ମାଣ ହୋଇଥିଲା । ପରେ ଏହି ରାସ୍ତା ଉପରେ ୨୦୧୬ ମସିହାରେ ଅଢେଇ ଲକ୍ଷ ଟଙ୍କା ମଂଜୁର କରାଯାଇ ୨୫୦ଫୁଟ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଥିଲା । ଶେଷ ପର୍ଯ୍ୟାୟରେ ଉକ୍ତ ରାସ୍ତାରେ ୨୦୧୭ ମସିହାରେ ଦେଢ ଲକ୍ଷ ଟଙ୍କା ମଂଜୁର କରାଯାଇ ୧୫୦ଫୁଟ ରାସ୍ତା ନିର୍ମାଣ କରାଯାଇ ପ୍ରଶାସନ ପକ୍ଷରୁ ଆଜି ସୁଦ୍ଧା କାର୍ଯ୍ୟ ସାରି ଦେଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ନିର୍ମାଣ ହୋଇଥିବା ଏହି କଂକ୍ରିଟ ରାସ୍ତା ଦିନ କେତେଟା ମଧ୍ୟରେ ଫାଟି ଗର ଗର ହୋଇପଡିଛି । ଯାହାକି ରାସ୍ତାରେ ବାଇକି ନେଇ ଯାତାୟାତ କରିବା ପାଇଁ ଜନସାଧାରଣମାନେ ଭୟ କରୁଥିବା ଦେଖିବାକୁ ମିଳିଛି । କିନ୍ତୁ ଏହି ରାସ୍ତାର ଅବଶିଂଷ୍ଠା ରାସ୍ତା ନିର୍ମାଣ ଶେଷ ହେଉନଥିବାରୁ ବର୍ଷା ହେଲେ ରାସ୍ତାରେ ପାଣି ଜମି ରହୁଛି । ଯାହାଫଳରେ ଛୋଟ ଛୋଟ ଶିଶୁମାନେ ଅଙ୍ଗନୱାଡି କେନ୍ଦ୍ରକୁ ଆସୁ ନଥିବା ବେଳେ ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନେ ଏହି ରାସ୍ତାରେ ଯିବା ଆସିବା କରିପାରୁ ନାହାନ୍ତି । ଅନ୍ୟପଟରେ ଚଳିତ ସାଧାରଣ ନିର୍ବାଚନ ପୂର୍ବରୁ ସରକାରଙ୍କ ପକ୍ଷରୁ ଗାଁର ଉନ୍ନତିକରଣ ପାଇଁ ‘ଆମ ଗାଁ, ଆମ ବିକାଶ’ ଯୋଜନାରେ ପ୍ରତି ପଂଚାୟତକୁ ପଂଚାୟତ ପିଛା ୨୫ ଲକ୍ଷ ଟଙ୍କା ଅର୍ଥ ମଂଜୁର କରାଯାଇଛି । କିନ୍ତୁ ଏହି ଯୋଜନାରେ ରାସ୍ତା ନିର୍ମାଣ ପାଇଁ ଅର୍ଥ ମଂଜୁର କରାଯାଇ ନାହିଁ । ଏହି ଯୋଜନା ଏକ ପ୍ରକାର ଅଂଚଳବାସୀଙ୍କୁ ପରିହାସ କରୁଛି । ଏ ବିଷୟରେ ନାଉଗାଁ ବିଡିଓଙ୍କୁ ପଚାରିବା ପାଇଁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରିନାହିିଁ ।