ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ନେଟେଙ୍ଗା କ୍ଲଷ୍ଟର୍ ସ୍ତରୀୟ ସ୍ୱାଗତ ସମ୍ବର୍ଦ୍ଧନା

 

ବେଲଗୁଣ୍ଠା,(ଶିବରାମ ଚୌଧୁରୀ): ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରାଙ୍କୁ ନେଟେଙ୍ଗା ଆଞ୍ଚଳିକ ସାଧନ କେନ୍ଦ୍ର ତରଫରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି I ସୂଚନା ପ୍ରକାରେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ଗତ 16 ନଭେମ୍ୱର ବିଜ୍ଞପ୍ତି ଅନୁସାରେ ବେଲଗୁଣ୍ଠା ବ୍ଲକ୍ ରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ପ୍ରସନ୍ନ କୁମାର ବେହେରା ପଦୋନ୍ନତି ପାଇଥିବାରୁ ଶ୍ରୀ ବେହେରାଙ୍କୁ ଆଜି ନେଟେଙ୍ଗା ଆଞ୍ଚଳିକ ସାଧନ ତରଫରୁ ମାଧବରିଡା ଜଳ ସେଚନ ବିଭାଗର ଡ଼ାକ ବଙ୍ଗଳା ଠାରେ ଅନୁଷ୍ଠିତ ଏକ ଆଡମ୍ବର ପୂର୍ଣ୍ଣ ଉତ୍ସବରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି I ନେଟେଙ୍ଗା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧୀର କୁମାର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବେହେରା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଖଲ୍ ଚନ୍ଦ୍ର ପରମାଣିକ ଏବଂ ସମ୍ମାନୀତ ଅତିଥି ଭାବେ ଇଙ୍ଗିନାଠି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିବାକର ଲେଙ୍କା ଏବଂ ମଙ୍ଗଳପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶଙ୍କର ନାରାୟଣ ସେଠୀ ଉପସ୍ଥିତ ରହି ବେଲଗୁଣ୍ଠା ବ୍ଳକ୍ ରେ ଶିକ୍ଷାର ଉନ୍ନତି ପାଇଁ ନିଜର ବହୁମୂଲ୍ୟ ବକ୍ତବ୍ଯ ଉପସ୍ଥାପନ କରିଥିଲେ I କାର୍ଯ୍ୟକ୍ରମରେ ନେଟେଙ୍ଗା କ୍ଲଷ୍ଟର୍ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଏମ୍ଆଇଏସ୍ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ଶିକ୍ଷକ ଡମ୍ବରୁଧର ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ