ପାରଳା ମହିଳା ସ୍ନାତକ କଲେଜରେ ନେତାଜୀଙ୍କ ଜୟନ୍ତୀ ପାଳିତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀକୁ ପାରଳାଖେମୁଣ୍ଡି ମହିଳା ସ୍ନାତକ କଲେଜରେ ପାଳନ କରାଯାଇଛି । ଏହି ଜୟନ୍ତୀକୁ ମହିଳା ସ୍ନାତକ କଲେଜ ତରଫରୁ ନେତାଜୀଙ୍କ ପରାକ୍ରମ ଦିବସ ରୂପେ ପାଳନ କରାଯାଇଛି । କଲେଜର ଅଧ୍ୟକ୍ଷା ଡ. ରୀନା ସାହୁ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନେତାଜୀଙ୍କ ତ୍ୟାଗ,ଆଦର୍ଶ ଓ କାର୍ଯ୍ୟଦକ୍ଷତା ଉପରେ ଆଲୋକପାତ କରିଥିଲେ । ଏହି ସମାବେଶରେ କଲେଜର ସମସ୍ତ ଅଧ୍ୟାପିକା,କର୍ମଚାରୀ ଓ ଛାତ୍ରୀମାନେ ଯୋଗ ଦେଇଥିଲେ ।


