ପୋଲିସ ଅବକାରୀ ମିଳିତ ଚଢ଼ାଉ;ଦୁଇକୋଟି ରୁ ଉର୍ଦ୍ଧ ମୂଲ୍ୟ ର ଗଞ୍ଜେଇ ନଷ୍ଟକଲା ପ୍ରଶାସନ
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନର୍ଗତ ପଟିଗୁଡା,ପୋଡାମାରି,ଟି ଗୋବିନ୍ଦପୁର ପଂଚାୟତ ର ଆସିବାସୀ ଅଦୁଷିତ ପାହାଡିଆ ଇଲାକା ରେ ବେଧଗଡ ଭାବେ ଗଞ୍ଜେଇ ଚାଷ ଚାଲିଥିବା ବେଳେ ପୋଲିସ,ଅବକାରୀ,କର୍ମଚାରୀ,ପ୍ରଶାସନ ମିଳିତ ଭାବେ ଚଢ଼ାଉ କରି ଦୁଇ କୋଟି ରୁ ଉର୍ଦ୍ଧ୍ବ ମୂଲ୍ୟ ର ଗଞ୍ଜେଇ ଗଛ କାଟି ପୋଡି ନଷ୍ଟ କରିଥିବ ଦେଖିବାକୁ ମିଳିଛି । କ୍ରମାଗତ ଭାବେ ଚାରିଥର ଚଢାଉକରି ଗଛ ନଷ୍ଟ କରୁଥିଲେ ମଧ୍ୟ କାଟି କାଟି ହାଲିଆ,ଏଭଳି ଦେଖିବାକୁ ମିଳିଛି । ଗଞ୍ଜାମ-ଗଜପତି ସୀମାନ୍ତ ଅଞ୍ଚଳ ରେ ପୂର୍ବରୁ ଚଢ଼ାଉ କରି କେଶପୁର,କେ ନୁଆଁଗାଁ,କୃଷ୍ଣପୁର ରୁ କୁଇଣ୍ଟାଲ କୁଇଣ୍ଟାଲ ଗଛିତ ଗଞ୍ଜେଇ ଜବତ କରିଥିବା ବେଳେ ଗତକାଲି ପୁଣି ଟି ଗୋବିନ୍ଦପୁର ପଂଚାୟତ ର ରାମପଲ୍ଲୀ ଗ୍ରାମ ନିକଟ ପାହାଡ ଏଲାକା ରେ ଚଢାଉକରି ୨୫ ଏକର ଜମି ରୁ ଗଞ୍ଜେଇ ଗଛ ନଷ୍ଟକରି ପୋଡିଥିବା ଜଣାପଡିଛି । ଗଞ୍ଜେଇ ବେପାର ପଲ୍ଲୀ ରୁ ଦିଲ୍ଲୀ ଯାଏଂ ଲମ୍ବିଥିବା ବେଳେ ବେପାରୀ ଧରାପଡୁନଥିବା ଅଞ୍ଚଳ ରେ ବହୁତ ଚର୍ଚ୍ଚା ର ବିଷୟ ପାଲଟିଛି । ଏହି ଚଢ଼ାଉ ବେଳେ ସାନଖେମୁଣ୍ଡି ତହସିଲଦାର ତଥା ମାଜିଷ୍ଟ୍ରେଟ ଡ଼. ଶ୍ରୀନିବାସ ବେହେରା,ପାଟପୁର ଥାନା ଅଧିକାରୀ ଅଜୟ କୁମାର ବାରିକ, ଛତ୍ରପୁର ଷ୍ଟ୍ରାକିଂ ଫୋର୍ସ ଦୁର୍ଯ୍ୟଧନ ଦିଗଲ,ବ୍ରମହଃପୁର ଡେପୁଟି ସୁପର ଟେଣ୍ଡେଣ୍ଟ ରଞ୍ଜନ ନାୟକ ,ଛତ୍ରପୁର ଷ୍ଟ୍ରାକିଂ ଫୋର୍ସ ପ୍ରୀତିଧାରା ନାୟକ ,ଗୋପାଳପୁର ଷ୍ଟ୍ରାକିଂ ଫୋର୍ସ ସନ୍ତୋଷ କୁମାର ସାହୁ ,ବ୍ରମହଃପୁର ଷ୍ଟ୍ରାକିଂ ଫୋର୍ସ ବାଳକୃଷ୍ଣ ପଣ୍ଡା,ଚିକିଟି ଅବକାରୀ ଅଧିକାରୀ ବାଳକୃଷ୍ଣ ପରିଡା,ଦିଗପହଣ୍ଡି ଅବକାରୀ SI ଅଭିରାମ ସାହୁ ଙ୍କ ସମେତ ତିନି ପ୍ଲାଟୁନ ଫୋର୍ସ ଏହି ଚଢ଼ାଉ ରେ ସମିଲଥିବା ଜଣାପଡିଛି ।ଏନେଇ ଡ଼. ଶ୍ରୀନିବାସ ବେହେରା,ଅବକାରୀ ବିଭାଗୀୟ ଅଧିକାରୀ ଏବଂ ପାଟପୁର ଥାନା ଅଧିକାରୀ ଅଜୟ ବାରିକ ଙ୍କୁ ପଚରା ଯିବା ରୁ ସେ କହିଛନ୍ତି ଗଞ୍ଜେଇ ଚାଷ ରୁ ନିବୃତ ହୋଇ ସମାଜ ର ମୁଖ୍ୟ ସ୍ରୋତ କୁ ଫେରିବା ଯାଏ ଏଭଳି ଚଢ଼ାଉ ଜାରି ରହିବ ।


