ଚୋରା ମଦ ବିକ୍ରି ବିରୋଧରେ ସଚେତନତା ପଦଯାତ୍ରା
ଚୌଦ୍ବାର,(ଦୀପକ୍ କୁମାର ବେଉରା): ପବିତ୍ର ନେତାଜୀ ଜୟନ୍ତୀ ଅବସରରେ ଟାଙ୍ଗୀ ଚୌଦ୍ବାର ବ୍ଲକ୍ ଅନ୍ତର୍ଗତ ବାଣୀପଦା ପଞ୍ଚାୟତ ରେ ଚୋରା ମଦ ବିକ୍ରି ବିରୋଧରେ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବାଣୀପଦା ପଞ୍ଚାୟତ ର ସମାଜସେବୀ ତୀର୍ଥାନନ୍ଦ ସୁବୁଦ୍ଧିରାୟଙ୍କ ନେତୃତ୍ୱରେ ୨୦୦ ରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ଏହି ଶୋଭାଯାତ୍ରା ରେ ସାମିଲ ହୋଇଥିଲେ । ବିଗତ କିଛି ମାସ ହେବ ବାଣୀପଦା ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ମଦ ନିଶା ଏକ ଜଟିଳ ସାମାଜିକ ସମସ୍ୟାରେ ପରିଣତ ହୋଇଥିବା ବେଳେ କେତେକ ପରିବାର ମଦ ଯୋଗୁଁ ସମ୍ପୂର୍ଣ୍ଣ ଧୂଳିସାତ୍ ହୋଇପଡିଛି। ଅନେକ ପରିବାର ଆର୍ଥିକ ଅନଟନର ଶିକାର ମଧ୍ୟ ହୋଇଛନ୍ତି । ଏବଂ କେତେକ ପରିବାର ମଦ ଯୋଗୁଁ ମୃତ୍ୟୁ ହୋଇଥିବା ବେଳେ ଅନେକ ପରିବାର ପୁରୁଷ ଶୂନ୍ୟ ଜେଲ୍ ଦଣ୍ଡ ଭୋଗୁଛନ୍ତି । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମିତି ସଭ୍ୟ ଲକ୍ଷ୍ମଣ ରାଉତ, ତିଳୋତ୍ତମା, ମମତା ନାୟକ, ପ୍ରେମାନନ୍ଦ ସ୍ୱାଇଁ, ପ୍ରମୁଖ ପଦଯାତ୍ରା ରେ ଅଂଶଗ୍ରହଣ କରିଥିଲେ ।


