ଟାଟା ଷ୍ଟିଲ ପକ୍ଷରୁ ଯୋଡ଼ାଠାରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ
ଯୋଡ଼ା, (ସମୀର କୁମାର ଦାସ):ଟାଟା ଷ୍ଟିଲ ପକ୍ଷରୁ ଯୋଡ଼ାଠାରେ ଦେଶାତ୍ମବୋଧକ ଭାବନା ସହ ମଙ୍ଗଳବାରଦିନ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସମ୍ପ୍ରତି କୋଭିଡ଼-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ସୀମିତ ଲୋକମାନଙ୍କୁ ନେଇ ଜେସିଓ କାର୍ଯ୍ୟାଳୟ ଲନ୍ରେ ଆୟୋଜିତ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ ଯୋଡ଼ା ମୁଖ୍ୟ ଶ୍ରୀ ରାଜେଶ କୁମାର, ଡିଭିଜନ୍ର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ସଂଘ ପ୍ରତିନିଧିଙ୍କ ଉପସ୍ଥିତିରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଟାଟା ଷ୍ଟିଲ ଯୋଡ଼ା ମୁଖ୍ୟ ଶ୍ରୀ ରାଜେଶ କୁମାର ୭୨ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଦେଶକୁ ନମନ କରିବା ସହିତ ନିସ୍ୱାର୍ଥପର ଭାବେ ମହାମାରୀର ମୁକାବିଲା କରୁଥିବା ଆଗଧାଡ଼ିର କୋଭିଡ଼ ଯୋଦ୍ଧାଙ୍କୁ ସେମାନଙ୍କ ସାହସିକ ପଦକ୍ଷେପ ପାଇଁ ପ୍ରସଂଶା କରିଥିଲେ । ଯୋଡ଼ା ଏଫ୍ଏପି ଓ ବିଛାକୁଣ୍ଡିଠାରେ ସମାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ ଯଥାକ୍ରମେ ଏଫ୍ଏପି ଯୋଡ଼ା ମୁଖ୍ୟ ଶ୍ରୀ ଜି ପି ସାହୁ ଓ ଟାଟା ଷ୍ଟିଲ ମାଙ୍ଗାନିଜ୍ ଗ୍ରୁପ୍ ମାଇନ୍ସ ମୁଖ୍ୟ ଶ୍ରୀ ଅମିତ କୁମାର ଦୁବେ ପତାକା ଉତ୍ତୋଳନ କରିଥିଲେ । ପରବର୍ତ୍ତୀ ସମୟରେ ଯୋଡ଼ା ହସ୍ପିଟାଲ ମଧ୍ୟରେ ଥିବା ରୋଗୀମାନଙ୍କ ମଧ୍ୟରେ ଫଳ ବଣ୍ଟନ କରାଯାଇଥିଲା ।