ଚାଷୀମୂଲିଆ ସଂଘର ନୀରବ ପ୍ରତିବାଦ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): କେନ୍ଦ୍ର ସରକାରଙ୍କ କୃଷିମାରଣ ନୀତି ଆଇନ ବିରୁଦ୍ଧରେ ଆଜି ଭଣ୍ଡାରିପୋଖରୀ ଚାଷୀମୂଲିଆ ସଂଘ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ପ୍ରତିବାଦ ଜଣାଯାଇଛି । ଚାଷୀମୂଲିଆ ସଂଘ ବ୍ଲକ ସମ୍ପାଦକ ରତ୍ନାକର ବେହେରାଙ୍କ ସଂଯୋଜନାରେ ଏନେଇ ଏକ ନୀରବ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ସୁଶାନ୍ତ ଜେନା ଯୋଗଦେଇ କୃଷକ ମାରଣ ତିନିଗୋଟି କୃଷି ଆଇନକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦାବି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମତୀ ବେହେରା, ଧରଣୀଧର ଜେନା, ନିଗମାନନ୍ଦ ଜେନା, ଶରତ ପଲେଇ, ତରଣୀସେନ ଜେନା, ଫୁଲରାଣୀ ଜେନା, କବିତା ଜେନା, ଅର୍ଣ୍ଣପୂର୍ଣ୍ଣା ଜେନା ପ୍ରମୁଖ ଏଥିରେ ଯୋଗଦେଇଥିଲେ । ପରେ ମହାମହୀମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସଂଘ ପକ୍ଷରୁ ୯ଦଫା ସମ୍ବଳିତ ଦାବିପତ୍ର ବିଡିଓଙ୍କୁ ପ୍ରଦାନ କରାଯାଇଥିଲା ।


