ମା’ଚଣ୍ଡୀଙ୍କ ମନ୍ଦିରରେ ୨ୟ ବାର୍ଷିକୀ ଉତ୍ସବ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ସଦର ମହକୁମା ଠାରୁ ଅନତି ଦୂରରେ ଅବସ୍ଥିତ ଗଭରପୁର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ଚଣ୍ଡୀଙ୍କ ମନ୍ଦିରରେ ୨ୟ ବାର୍ଷିକୀ ଉତ୍ସବ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । କୋଭିଡ୍ ନିୟମକୁ ଆଖି ଆଗରେ ରଖି ଗଭରପୁର ଓ ନଛିପୁର ଉଭୟ ଗ୍ରାମର ଗ୍ରାମବାସୀ ମାନେ ମିଳିତ ବୈଠକ କରି କିଭଳି ଭାବରେ ସାମାଜିକ ଦୂରତା ବଜାୟୀ ରଖି ମା’ଙ୍କ ଉତ୍ସବକୁ ସୂଚାରୁ ରୂପେ ସମ୍ପାଦନ କରିଯିବ ସେ ନେଇ ନିଷ୍ପତ୍ତି ନେଇଥିଲେ । ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗ୍ରାମରେ ଥିବା ଚଣ୍ଡୀ ପୁଷ୍କରିଣୀରୁ ଅଧ୍ୟାପକ ଡଃ.ସୁଧାଂଶୁ ନାୟକ, ପତ୍ନୀ ରେବତୀ ନାୟକ କଳସ ଆଣିବା ପରେ ଘଟସ୍ଥାପନା କରାଯାଇ ପୂଜାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ଆଚାର୍ଯ୍ୟ ଓ ପୁସ୍ତକାଚାର୍ଯ୍ୟ ମାନଙ୍କ ଦ୍ୱାରା ଚଣ୍ଡୀ ପାଠ କରାଯାଇଥିଲା । ଚାରୁ ସାବିତ୍ରୀ ଚାରିଟେବୁଲ ଟ୍ରଷ୍ଟର ଚେୟାରମ୍ୟାନ୍ ସାବିତ୍ରୀ ନାୟକ, ଚାରୁ ଚନ୍ଦ୍ର ନାୟକ ଓ ଗ୍ରାମବାସୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉତ୍ସବରେ ଯୁବକ ସଂଘର ସଦସ୍ୟ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ