ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ଦାସଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଟିଲୋ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା କଣ୍ଟାପଡା ଗ୍ରାମର ସ୍ୱର୍ଗତ ପ୍ରଫୁଲ୍ଲ ଦାସଙ୍କର ୧୪ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । ଗତ ୧୯୬୦ ମସିହା ମେ ୨୦ରେ ସ୍ୱର୍ଗତ ଦାସ ଜନ୍ମ ଗ୍ରହଣ କରିଥିବା ବେଳେ ୨୦୦୭ ମସିହା ଜାନୁଆରୀ ୨୮ରେ ତାଙ୍କର ପରଲୋକ ଘଟିଥିଲା । ସେ ୨୦୦୨ ମସିହା ଠାରୁ ୨୦୦୭ ମସିହା ପର୍ଯ୍ୟନ୍ତ ଟିଲୋ ପଞ୍ଚାୟତର ସରପଞ୍ଚ ଥିଲେ । ସେ ଜଣେ ମିଷ୍ଠଭାଷୀ, ପରୋପକାରୀ, ବିଶିଷ୍ଟ ରାଜନୀତିଜ୍ଞ ଥିଲେ । କୋଭିଡ୍ ନିୟମକୁ ପାଳନ କରାଯାଇ ଗ୍ରାମବାସୀ ଓ ଶୁଭେଚ୍ଛୁ ମାନେ ସ୍ୱର୍ଗତ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ନିରବ ପ୍ରାର୍ଥନା କରିଥିଲେ । ଏଥିରେ ଭ୍ରାତା ଦୟାନିଧ ଦାସ, ଅଶୋକ ଦାସ, ପୁତ୍ର ସତ୍ୟ ରଂଜନ, ପ୍ରିୟରଂଜନ, ମାନସ ରଂଜନଙ୍କ ସମେତ ଭ୍ରାତା ବଧୁ, ପୁତ୍ରବଧୁ, ନାତି ସାହିଲ ଦାସ ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ