ବର୍ଷିଆନ ସମାଜ ସେବୀଙ୍କ ପରଲୋକ

ବେଲଗୁଣ୍ଠା, (ସନ୍ତୋଷ ବିଷୋୟୀ):ବେଲଗୁଣ୍ଠା ବ୍ଳକ ଅଧିନ ମଙ୍ଗଳପୁର ଗ୍ରାମ ପଂଚାୟତ ମଙ୍ଗଳପୁର ଗ୍ରାମର ବର୍ଷିଆନ ସମାଜ ସେବୀ ଗୌରାଙ୍ଗ ଆପଟଙ୍କ ଆଜି ଦିବା ୩.୩୦ ମିନଟ ସମୟେ ଭଞ୍ଜନଗର ସରକାରି ମେଡିକାଲରେ ହୃଦଘାତରେ ମୃତ୍ୟୁ ହୋଇଥିଲା ମୃତ୍ୟୁ ଖବର ପ୍ରଚାର ହେବାପରେ ଅଂଚଳରେ ଶୋକର ଛାୟା ଖେଳିଗଲା ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । ସେ ବାଣାୟତ ଓଡ଼ିଆ ସମାଜର ୩୦ ବର୍ଷ ଧରି ସଂଗଠନ ଓ ସମାଜର ଓ ମଙ୍ଗଳପୁର ଗ୍ରାମର ବିଭିନ୍ନ ଉନ୍ନତି ମୂଳକ ଓ ସଙ୍ଗଠନିକ କାର୍ଯ୍ୟକ୍ରମରେ ଶ୍ରୀ ଆପଟଙ୍କ ବହୁତ ଗୁରୁତ୍ୱ ଥିଲା। ତାଙ୍କର ଆଜି ମୃତ୍ୟୁ ଖବର ଶୁଣି ତାଙ୍କ ମଙ୍ଗଳପୁର ସ୍ଥିତ ବାସଭବନ ନିକଟରେ ଆଖ ପାଖ ଅଞ୍ଚଳ ର ବହୁ ମାନ୍ୟ ଗଣବ୍ୟକ୍ତି ଶେଷ ଦର୍ଶନ ପାଇଁ ଆସିଥିଲେ।ତାଙ୍କ ଶେଷକୃତ୍ୟ ଗାଁ ଶ୍ୱାସନ ରେ ସମ୍ପନ୍ନ କରାଯାଇଥିଲା ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ଦୁଇ ପୁଅ ହୋହୁ ଓ ପରିବାରର ସମସ୍ତେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ