ଅନନ୍ତଗୋପାଳ ଭକ୍ତ ସମାଜ ପକ୍ଷରୁ ସଫେଇ
ମଞ୍ଜୁରୀରୋଡ,(ଓ୍ବାଇଏନ୍ଏସ୍): ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀ ମେଡିକାଲ ପରିସରରେ ଶ୍ରୀଶ୍ରୀ ଅନନ୍ତଗୋପାଳ ଭକ୍ତ ସମାଜ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଭାପତି ନାରାୟଣ ଚନ୍ଦ୍ର ବିଶ୍ୱାଳଙ୍କ ସଂଯୋଜନାରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ସମ୍ପାଦକ ନିକୁଞ୍ଜ କୁମାର ଦେଓ, ମେଡିକାଲ କର୍ମଚାରୀ ସନ୍ତୋଷ କୁମାର ଗାହାଣ, ଅରୁଣ କୁମାର ନାୟକ ଏଥିରେ ସହଯୋଗ କରିଥିଲେ । ମେଡିକାଲ ଆଖପାଖ ଅଞ୍ଚଳରେ ଭକ୍ତ ସମାଜର ସଦସ୍ୟମାନେ ସଫେଇ କରିବା ସହ ସୁସ୍ଥ ସମାଜ ଗଠନର ଆବଶ୍ୟକତା ସମ୍ପର୍କରେ ମତଦେଇଥିଲେ । କାର୍ଯ୍ୟକ୍ରମରେ ସର୍ବଶ୍ରୀ ଦିବାକର ରାଉତ, ହୃଷିକେଶ ପରିଡା, ଶିଶିର ଜେନା , ପ୍ରମୋଦ ଗାହାଣ, ଅଚ୍ୟୁତାନନ୍ଦ ବାରିକ, ତାପସ ରାଉତ, ଭାଗିରଥି ଜେନା, ବିପିନ ସାହୁ, ଦୁର୍ଯ୍ୟୋଧନ ଜେନା, ମନୋଜ ବିଶ୍ୱାଳ, ଅମରେଶ ଜେନା, କରୁଣାକର ତରାଇ, ପଞ୍ଚାନନ ସେଠୀ, ପ୍ରଭାକର ସାହୁ, ସଂଜୟ ବେହେରା, ଅରୁଣପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।


