ଶିକ୍ଷାବିତ୍ ଭକ୍ତହରି ନାୟକଙ୍କ ତୃତୀୟ ବାର୍ଷିକ ସ୍ମୃତି ସମାରୋହ
ଧାମନଗର ୦୮/୦୯/୨୬ ଧାମନଗର ମାଟିର ସୁଯୋଗ୍ୟ ସନ୍ତାନ ଅବସରପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷକ,ସମାଜସେବୀ ବିଶିଷ୍ଟ ଶିକ୍ଷାବିତ ତଥା ଧାମନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ବେହେରାଙ୍କ ଶଶୁର ଏବଂ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକଙ୍କ ବାପା ସ୍ୱର୍ଗତ ଭକ୍ତହରି ନାୟକଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ପାଳନ ସହ ବିଭିନ୍ନ ବର୍ଗର କୃତୀ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଛି। ମଙ୍ଗଳବାର ଧୁଷୁରୀ ସ୍ଥିତ ପୂଜ୍ୟପୂଜା ସଂସଦ ଭବନ ପରିସରରେ ଭକ୍ତହରି ନାୟକ ସ୍ମୃତି ସଂସଦ ପକ୍ଷରୁ ଡ.ବାସୁଦେବ ବାରିକଙ୍କ ସଭାପତିତ୍ୱରେ ଆୟୋଜିତ ସ୍ମୃତିଚାରଣ ସଭାରେ ବିଶିଷ୍ଟ ସାହିତ୍ୟିକ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ.କ୍ଷୀରୋଦ ସାମଲ ମୁଖ୍ୟ ଅତିଥି ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ,ଅଧିବକ୍ତା ଅନନ୍ତ ଜେନା,ଯାଜପୁର ଜିଲ୍ଲାର ବିଜେଡିର ବରିଷ୍ଠ ନେତା କରନାଟକ କେଶରୀ ଦାସ,ଜିଲ୍ଲା ସଭାପତି ସରୋଜ କୁମାର ମହାପାତ୍ର, ବ୍ଲକ ସଭାପତି ପ୍ରତାପ ସାମଲ,ସରପଞ୍ଚ,ସମିତି ସଭ୍ୟ,ଜିଲ୍ଲା ପରିଷଦ ଏବଂ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ସମାଜସେବୀ,ସାମ୍ବାଦିକଙ୍କ ସମେତ ବନ୍ଧୁ ବାନ୍ଧବ ଗ୍ରାମବାସୀ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ନାୟକଙ୍କ ଫୋଟଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଅକ୍ଷୟ କୁମାର ହୋତା ମଞ୍ଚ ଆହ୍ୱାନ ଏବଂ ବିଜୟ ପରିଡ଼ା ଅତିଥି ପରିଚୟ ପ୍ରଦାନ କରିଥିଲେ। ‘ଆଜିର ସମାଜ ପାଇଁ ଭକ୍ତହରି ନାୟକ ଏକ ଆଦର୍ଶ’ ଶୀର୍ଷକ ଆଲୋଚନାରେ ବକ୍ତାମାନେ ସ୍ୱର୍ଗତ ନାୟକଙ୍କ ଶିକ୍ଷାଦାନ,ସମାଜସେବା ଓ ଆଦର୍ଶ ଜୀବନ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଶିକ୍ଷାବିତ୍ ଓ ସାହିତ୍ୟିକ ହରମୋହନ କୁଅଁର ଏବଂ ‘ଓମ୍ସା’ ସଭାପତି ଡା.ହରେକୃଷ୍ଣ ନାୟକଙ୍କୁ ଗୁଣୀଜନ ସମ୍ମାନ ପ୍ରଦାନ କରାଯାଇଥିଲା। ନିଟ୍ରେ ସଫଳ ଆଶୁତୋଷ ସାହୁ ଓ ସିଦ୍ଧାର୍ଥ ପଲେଇ ଏବଂ ବ୍ଲକସ୍ତରରେ ହାଇସ୍କୁଲ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ହାସଲ କରିଥିବା ସାଇ ସାର୍ଥକ ନାୟକଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। କୃତୀ ଛାତ୍ରମାନଙ୍କୁ ୧ ହଜାର ଟଙ୍କା ନଗଦ, ସ୍ମୃତି ଫଳକ ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ଶେଷରେ ସ୍ୱର୍ଗତ ନାୟକଙ୍କ ଭ୍ରାତା ଲମ୍ବୋଦର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ବିଜୟ କୁମାର ନାୟକ ଓ ପୁତ୍ର ସରୋଜ ନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।(


