ଚାଷୀ ଆକ୍ରମଣକୁ ନେଇ ପଥପ୍ରାନ୍ତ ସଚେତନତା ସଭା

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଦିଲ୍ଲୀରେ ଚାଷୀମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ବିରୋଧାବାସ ଦେଖାଦେଇଛି । ଏହିପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକ ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୂର ସଂଘ ପକ୍ଷରୁ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା ଆୟୋଜନ କରାଯାଇ ଘଟଣାକୁ ଦୃଢ ନିନ୍ଦା କରାଯାଇଛି । ସଂଗଠନ ସମ୍ପାଦକ ପର୍ଶୁରାମ ଲେଙ୍କାଙ୍କ ତତ୍ୱାବଧାନରେ ଆଜି ମଜଦୂର ସଂଘର ସଦସ୍ୟମାନେ ମାଳଦା ଅଞ୍ଚଲରେ ପହଞ୍ଚି ପଥପ୍ରାନ୍ତ ସଭା ଆୟୋଜନ କରିଥିଲେ । ସ୍ଥାନୀୟ ଅଞ୍ଚଳର ଚାଷୀ ଓ ଅନ୍ୟାନ୍ୟ ବର୍ଗର ଲୋକଙ୍କୁ ଚାଷୀ ଆକ୍ରମଣ ଘଟଣା ସମ୍ପର୍କରେ ଜଣାଇବା ସହ ସରକାର ଓ ପୁଲିସ ବିରୋଧି ଏଭଳି କାର୍ଯ୍ୟକୁ ଦୃଢ ନିନ୍ଦା କରିଥିଲେ । ଏହାଛଡା ତିନି ଗୋଟି କୃଷକ ବିରୋଧି ଆଇନକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ସଂଘର ସଦସ୍ୟ ମାନେ ପଥପ୍ରାନ୍ତ ସଭା ମାଧ୍ୟମରେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ଉଦ୍ଧବ ଜେନା, କୃଷକ ନେତା ଦିଗମ୍ବର ସ୍ୱାଇଁ, ଆଜମଲ ହୁସେନ, ଅନାମ ଚରଣ ସାମଲ, ରାମଚନ୍ଦ୍ର ଶଙ୍ଖୁଆ, କିର୍ତ୍ତନ ବିହାରୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ