ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧନା
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ବାରିକପୁର ନିକଟ ଫୁଲଗଡିଆ ଗ୍ରାମର ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ବୃନ୍ଦାବନ ଦାସ(୧୦୫)ଙ୍କୁ ବନ୍ତ ସଂଗ୍ରାମୀ ଜୟନ୍ତୀ କମିଟି ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଉତ୍କଳ ସଂଗ୍ରାମୀ ସ୍ମତି ସମିତିର କାର୍ଯ୍ୟକାରୀ ସଭାପତି ଅମୀୟ କୁମାର ପଟ୍ଟନାୟକ, କବି ରମେଶ ଚନ୍ଦ୍ର ସ୍ୱାଇଁ, ସମାଜସେବୀ ମନୋରଞ୍ଜନ ଜେନା, ଏବିଓ ପୁରୁଷୋତ୍ତମ ଧଳ, ମାଧବ ଚନ୍ଦ୍ର ସେଠୀ, ଭାସ୍କର ଚନ୍ଦ୍ର ସେଠୀ ପ୍ରମୁଖ ଯୋଗଦେଇ ସଂଗ୍ରାମୀ ଶ୍ରୀ ଦାସଙ୍କ ସୁସ୍ଥ, ଦୀର୍ଘ ନିରାମୟ ଜୀବନ କାମନା କରିବା ସହ ସମ୍ବର୍ଦ୍ଧିତ କରିଥିଲେ । ବିଜୁ କଳାକାର ସଂଘର କଳାକାର ମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ଆଇନ ସ୍ୱେଚ୍ଛାସେବୀ ନାରାୟଣ ପୋଥାଳ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଶଶିକାନ୍ତ ଜେନା ଧନ୍ୟବାଦ ଦେଇଥିଲେ ।


