ଫାଣ୍ଡି ଅଧିକାରୀ ନିଯୁକ୍ତି ପାଇଁ ଦାବିପତ୍ର

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ଅଧିନ ମଞ୍ଜୁରୀରୋଡ ଫାଣ୍ଡିଟି ସ୍ଥାନୀୟ ଅଞ୍ଚଳର ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ସୁଚାରୁରୂପେ ପରିଚାଳନା କରିଥାଏ । ହେଲେ ଦୀର୍ଘଦିନ ହେବ କର୍ମଚାରୀ ଅଭାବ ସହିତ ଫାଣ୍ଡି ଅଧିକାରୀ ନଥିବାରୁ ଛଅ ଗୋଟି ପଞ୍ଚାୟତର ପ୍ରାୟ ୩୫ହଜାର ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜିଲ୍ଲାର ଏହା ସୀମାନ୍ତ ଅଞ୍ଚଳ ହୋଇଥିବାରୁ ପଡୋଶୀ କେନ୍ଦୁଝର ଓ ଯାଜପୁର ଜିଲ୍ଲା ଉକ୍ତ ସ୍ଥାନକୁ ସଂଯୋଗ କରୁଛି । ଏହାଛଡା ମଞ୍ଜୁରୀରୋଡ ଠାରେ ରେଳ ଷ୍ଟେସନ, ରାଷ୍ଟ୍ରିୟାତ ବ୍ୟାଙ୍କ ସମେତ ଅନେକ ଏଟିଏମ ମଧ୍ୟ ରହିଛି । ଗୁରୁତ୍ୱ ଦୃଷ୍ଟିରୁ ଉକ୍ତ ଫାଣ୍ଡିଟିରେ ନିୟମିତ କର୍ମଚାରୀ ଯୋଗାଇବା ସହ ଜଣେ ନୂତନ ଫାଣ୍ଡି ଅଧିକାରୀ ନିଯୁକ୍ତି ପାଇଁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଦାବି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ସମାଜସେବୀ ଅଜୟ କୁମାର ସାହୁ, ସୁଶାନ୍ତ ବାରିକ, ମୁରଲୀଧର ବାରିକ, ଜଳଧର ବେହେରା, ରବିନ ପଢିଆରୀ, ଅଭିମନ୍ୟୁ ମଲ୍ଲିକ ପ୍ରମୁଖ ଭାରପ୍ରାପ୍ତ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କୁ ଜଣାଇଛନ୍ତି । ଏଦିଗରେ ବିଭାଗ ଦୃଷ୍ଟିଦେଇ ତୁରନ୍ତ ଫାଣ୍ଡି ଅଧିକାରୀ ନିଯୁକ୍ତ ନଦେଲେ ଆଗାମୀ ଦିନରେ ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ