ଚାରବାଟିଆ ଶ୍ରୀ ଜଗନ୍ନାଥ ମନ୍ଦିରରେ ୬୦ ତମ ଅଷ୍ଟପ୍ରହରୀ ନାମ ଯଜ୍ଞ ପାଳିତ
ଚୌଦ୍ଵାର ,(ଦୀପକ୍ କୁମାର ବେଉରା): ଚୌଦ୍ଵାର ପୌରପାଳିକା ର ଚାରବାଟିଆ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ମନ୍ଦିରର ୬୦ ତମ ଅଷ୍ଟପ୍ରହରୀ ନାମ ଯଜ୍ଞ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ଶ୍ରୀ ଜଗନ୍ନାଥ ମହାପ୍ରଭୁ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ଏହି ଉତ୍ସବରେ ସମଗ୍ର ଚାରବାଟିଆ ଓ ଏହାର ଆଖପାଖ ଅଞ୍ଚଳର ସମସ୍ତ ଶ୍ରଦ୍ଧାଳୁ ଭକ୍ତମାନଙ୍କ ର ଭିଡ଼ ମଧ୍ୟରେ ଟ୍ରଷ୍ଟର ଅଧ୍ୟକ୍ଷ ତଥା କଟକ ଜିଲ୍ଲା ବିଜେଡ଼ି ସଂପାଦକ ଶୁଭେନ୍ଦୁ ସାମଲ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମହାପ୍ରଭୁଙ୍କ ର ସମସ୍ତ କାର୍ଯ୍ୟ ରିତୀନିତୀ ଅନୁଯାୟୀ ସଂପୂର୍ଣ୍ଣ କରାଯାଇଥିଲା । ୨୭ ଜାନୁଆରୀ ରେ ଶୁଭ ଅଧିବାସ ଓ ୨୮ ତାରିଖରେ ଅଷ୍ଟପ୍ରହରୀ ନାମ ଯଜ୍ଞ ଏବଂ ୨୯ ତାରିଖରେ ସମଗ୍ର ଚାରବାଟିଆ ଅଞ୍ଚଳ କୁ ନଗର କିତ୍ତନ କରାଯାଇ ଶନିବାର ଦିନ ବିସର୍ଜନ କରାଯାଇଥିଲା । ଏହି ପବିତ୍ର ଧାର୍ମିକ ଉତ୍ସବରେ ଟ୍ରଷ୍ଟ ର ବରିଷ୍ଠ ସଦସ୍ୟ ମୀନକେତନ ପଣ୍ଡା ସଂପାଦନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟ ସଦସ୍ୟ ଶ୍ରୀ ଦୁର୍ଯ୍ୟୋଧନ ଶତପଥୀ ,ଧୃବଚରଣ ଦାସ, ରଞ୍ଜନ କୁମାର ବାରିକ, ପ୍ରଦୀପ କୁମାର ପ୍ରଧାନ, ନାରାୟଣ ସାହୁ,ମାନସ ରଞ୍ଜନ ସାମନ୍ତରାୟ, ଗୈାରାଙ୍ଗ ଚନ୍ଦ୍ର ଦାଶ, ସ୍ଵାଧୀନ କୁମାର ଦାସ, ପ୍ରଶାନ୍ତ କୁମାର ବରାଳ, ସୁବ୍ରତ କୁମାର ସାମଲ,ସନ୍ତୋଷ କୁମାର ଧର, ତ୍ରୈଲୋକ୍ୟ ନାଥ ଜେନା,ବିଜୟ କୁମାର ମଲ୍ଲିକ,ଅଜୟ ସ୍ୱାଇଁ, ପ୍ରମୁଖ ଏହି ୩ଦିନ ବ୍ୟାପି ଉତ୍ସବରେ ସକ୍ରିୟ ସହଯୋଗ ଓ ପରିଚାଳନା କରିଥିଲେ । ପରିଶେଷରେ ଏହି ଅଷ୍ଟ ପ୍ରହରୀ ନାମ ଯଜ୍ଞ ଉତ୍ସବରେ ଅତିଥି ଭାବେ ଚୌଦ୍ଵାର-କଟକ ବିଧାୟକ ଶ୍ରୀମାନ୍ ସୈ।ଭିକ ବିଶ୍ବାଳ,ପୈ।ରନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରା, ଆରଷୀ ନିରୀକ୍ଷକ ତଥା ଟ୍ରଷ୍ଟ ସଦସ୍ୟା ବିରଞ୍ଚି ନାରାୟଣ ପତି, ନଗର ବିଜେଡି ସଭାପତି ବିଷ୍ଣୁ ଚରଣ ପରିଡା, ନଗର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ପାରିଷଦ କରୁଣାକର ସାହୁ, ପୂର୍ବତନ ପୌର ଅଧକ୍ଷ ପ୍ରେମ୍ ଚାନ୍ଦ ନାୟକ, ଅର୍ଜୁନ ପଣ୍ଡା,ବିରଜା ଦାସ, ରଞ୍ଜନ ସାହୁ ପ୍ରମୁଖ ମାନେ ଉପସ୍ଥିତ ରହି ମହାପ୍ରଭୂଙ୍କ ର ବିଭୁ କୃପା ଲାଭ କରିଥିଲେ ।


