୨୦୦୫ ମାଟ୍ରିକ୍ ବ୍ୟାଚ୍ ର ବନ୍ଧୁ ମିଳନ

ବେଲଗୁଣ୍ଠା, (ସନ୍ତୋଷ ବିଷୋୟୀ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ଯ ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟର ୨୦୦୫ ମାଟ୍ରିକ୍ ବ୍ୟାଚ୍ ର ଏକାଦଶ ବାର୍ଷିକ ବନ୍ଧୁ ମିଳନ ପର୍ବ ଭଞ୍ଜନଗର ସ୍ଥିତ ବନ ବିହାର ଠାରେ ଅନୁଷ୍ଠିତ ହୋଇଯାଇଛି I ପୁରାତନ ଛାତ୍ର ସତ୍ୟ ନାରାୟଣ ପାତ୍ର, ଗୋବିନ୍ଦା ପାତ୍ର, ନାରାୟଣ ବେହେରା, ଶିବ ପ୍ରସାଦ ପାତ୍ର, ବୁଲୁ ବିଷୋୟୀ, କରୁଣାକର ବିଷୋୟୀ, ଶକ୍ରାଜିତ ସ୍ୱାଇଁ, ଅକ୍ଷୟ ସ୍ଵାଇଁ, ଅଜିତ୍ ସ୍ୱାଇଁ, ଶମ୍ଭୁ ବିଷୋୟୀ, ପ୍ରଦୀପ ବିଷୋୟୀ ଏବଂ ଶିଶିର କୁମାର ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରି ପୁରୁଣା ସ୍ମୃତିକୁ ସାଉଁଟି ଥିଲେ I ପ୍ରକାଶ ଥାଉକି ଏହି ଛାତ୍ର ବ୍ୟାଚ୍ ର ନେତୃତ୍ୱରେ ଦି ଗ୍ରେଟ ଫ୍ରେଣ୍ଡସ୍ ନାମକ ଏକ ସ୍ଵେଚ୍ଛାସେବୀ ସଙ୍ଗଠନ ପ୍ରତିବର୍ଷ ରକ୍ତଦାନ ଶିବିର, ବୃକ୍ଷରୋପଣ ଏବଂ ଷ୍ଟ୍ରିଟ୍ ଷ୍ଟୋର୍ ଭଳି ସାମାଜିକ କର୍ଯ୍ୟକ୍ରମ ଆୟୋଜିତ କରିଥାଏ I ତେଣୁ ଆଗାମୀ ଦିନରେ ଏହି ସଂଗଠନର କାର୍ଯ୍ୟଧାରାକୁ ଅଧିକ ବ୍ୟାପକ କରିବା ପାଇଁ ବନ୍ଧୁ ମିଳନ ବୈଠକରେ ଆଲୋଚନା କରାଯାଇଥିଲା I ଏହି ଅବସରରେ ପୁରାତନ ଛାତ୍ର ତଥା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ସହାୟକ କେନ୍ଦ୍ର ପରିଚାଳକ ନାରାୟଣ ବେହେରାଙ୍କୁ କରୋନା ଯୋଦ୍ଧା ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ