ରୟଲଟିକୁ ନକଲି କରି ତହସିଲ କର୍ତ୍ତୁ ପକ୍ଷଙ୍କୁ ବଦନାମ କରିବାକୁ ଉଦ୍ୟମ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ତହସିଲ ପକ୍ଷରୁ ଦିଆଯାଇଥିବା ରୟଲଟି ପେପରକୁ ଜାଲିଆତି କରି ତହସିଲ କର୍ତ୍ତୁପକ୍ଷଙ୍କୁ ବଦନାମ କରିବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ ହୋଇଛି । ଖବରରୁ ଜଣାଯାଇଛି ଯେ ଏକ ଗାଡି ବାଲି ବୋଝେଇ କରି ଆସୁଥିବା ବେଳେ ତାକୁ ବାଲିଘାଟ ଲିଜଧାରୀ ରୟଲଟି ପେପର ପ୍ରଦାନ କରିଥିଲେ । ଏହାର ଦୀର୍ଘଦିନ ପରେ ଗାଡି ଚାଳକ ଠାରୁ ଏହି ରୟଲଟି ପେପରଟିକୁ ମାଗିନେଇ ଜଣେ ବ୍ୟକ୍ତି ଏଥିରେ ଥିବା ତାରିଖକୁ ପରିବର୍ତ୍ତନ କରି ଏହା ଏପରି ଜାଲ ରୟଲଟିରେ ବାଲି ପରିବହନ କରାଯାଉଛି ବୋଲି ଏହାର ଫଟୋ ଉଠାଇ ଭାଇରାଲ କରି ତହସିଲ କର୍ତ୍ତୁପକ୍ଷଙ୍କୁ ଓ ଲିଜଧାରୀଙ୍କୁ ବଦନାମ କରିବାକୁ ଉଦ୍ୟମ କରିଛନ୍ତି । ଏପରିକି କିଛି ଗଣମାଧ୍ୟମରେ ମଧ୍ୟ ଏନେଇ ଖବର ପ୍ରକାଶ ପାଇବାରେ କେଉଁ ଉଦ୍ଦେଶ୍ୟ ନେଇ ଏପରି କରାଯାଇଛି ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ