ଗାନ୍ଧିଜୀଙ୍କ ବଳିଦାନ ଦିବସରେ ଶୋଭାଯାତ୍ରା କୃଷକ ଆନ୍ଦୋଳନ ସମର୍ଥନରେ ରାଜ୍ୟପାଳଙ୍କୁ ଦାବୀପତ୍ର ପ୍ରଦାନ

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): ମହାତ୍ମା ଗାନ୍ଧୀଙ୍କ ବଳିଦାନ ଦିବସକୁ ଭିନ୍ନ ଶୈଳୀରେ ପାଳନ କରିଛି ଆମ ଅଧିକାର । କଳା କୃଷି ଆଇନ୍ ବାତିଲ ଦାବୀରେ ମାସ ମାସ ଧରି ଅହିଂସା ଉପାୟରେ ଆନ୍ଦୋଳନ ଚଳାଇଥିବା କୃଷକମାନଙ୍କ ସପକ୍ଷରେ ତଥା ଆନ୍ଦୋଳନକାରୀଙ୍କ ଉପରେ ପୋଲିସ୍‌ର ବର୍ବରତା ବିରୋଧରେ ଆମ ଅଧିକାର ପକ୍ଷରୁ ଆଜି ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଶୋଭାଯାତ୍ରା ବାହାରିଥିଲା । ଗାନ୍ଧୀଙ୍କ ଫଟୋଚିତ୍ର ଏବଂ ଜାତୀୟ ପତାକା ସହ କୃଷିନୀତି ବିରୋଧରେ ପ୍ଲାକାଡ଼ ଧରି କର୍ମକର୍ତ୍ତାମାନେ ନବୀନ ନିବାସ ଛକରେ ବିକ୍ଷୋଭ କରିଥିଲେ । ଓଡ଼ିଶା ବିଧାନସଭାରେ ଏହି ଆଇନ୍ ବିରୋଧରେ ବିଲ୍ ଗୃହିତ କରିବାକୁ ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବା ପରେ ଶୋଭାଯାତ୍ରାରେ ରାଜଭବନ ଯାଇ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ସଂଗଠନର ରାଜ୍ୟ ଆବାହକ ଅମିୟ ପାଣ୍ଡବ, ମହାସଚିବ ଗଣେଶ ଦାଶ ଏବଂ ସାଧାରଣ ସମ୍ପାଦକ ପାର୍ଥସାରଥୀ ଜେନାଙ୍କ ନେତୃତ୍ୱରେ ହୋଇଥିବା ଏହି ପ୍ରତିବାଦ ଶୋଭାଯାତ୍ରାରେ ସମ୍ପାଦକ କ୍ରିଷ୍ଣା ଶତପଥୀ, ସଞ୍ଜୟ ପରିଡ଼ା ଏବଂ ବିଶ୍ୱଭୂଷଣ ମହାପାତ୍ର ପ୍ରମୁଖ ସାମିଲ୍ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ