ଓଡ଼ିଶାର ପାରମ୍ପରିକ ଚିତ୍ରକଳାର ପ୍ରଚାରପ୍ରସାର କରୁଛନ୍ତି ଭାଗ୍ୟଶ୍ରୀ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ନିଜର କଳାକୃତି ପାଇଁ ଚଳିତ ଇଂରାଜୀ ବର୍ଷର ପ୍ରଥମ ମନ୍ କି ବାତ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିବା ରାଉରକେଲାର ଶିଳ୍ପୀ ଭାଗ୍ୟଶ୍ରୀ ସାହୁଙ୍କ ସହ ଫୋନରେ କଥା ହୋଇ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାଗ୍ୟଶ୍ରୀ ନିଜର କଳା ପଟ୍ଟଚିତ୍ର ମାଧ୍ୟମରେ ଓଡ଼ିଶାକୁ ସାରା ଦେଶରେ ପରିଚିତ କରାଇଛନ୍ତି ବୋଲି କହିଛନ୍ତି । ଟ୍ୱିଟ୍ କରିଛନ୍ତି ଯେ ରାଉରକେଲାର ଭାଗ୍ୟଶ୍ରୀ ସାହୁଙ୍କ କଳାକୃତିକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଥିବାରୁ ତାଙ୍କୁ ଅଭିନନ୍ଦନ । ଏହି କଳା ମାଧ୍ୟମରେ ସେ ଓଡ଼ିଶାକୁ ସମଗ୍ର ଭାରତବର୍ଷରେ ପରିଚୟ କରାଇପାରିଛନ୍ତି । ଓଡ଼ିଶାର ପାରମ୍ପରିକ ଚିତ୍ରକଳାକୁ ପ୍ରଚାରପ୍ରସାର କରାଇବାରେ ତାଙ୍କର ସାଧନା ଓ ନିଷ୍ଠା ଯୁବ ସମାଜ ପାଇଁ ପ୍ରେରଣାଦାୟୀ ହେବ ।ପ୍ରଧାନମନ୍ତ୍ରୀ ମୋଦି ଆଜି ମନ କି ବାତ୍ କାର୍ଯ୍ୟକ୍ରମରେ ଦେଶରେ ନୂଆ ନୂଆ ଶୈଳୀରେ ଆମର କଳାକୁ ଲୋକପ୍ରିୟ କରିବା କଥା କହି ଓଡ଼ିଶାର ରାଉରକେଲାର ଇଞ୍ଜିନିୟରିଂ ଛାତ୍ରୀ ଭାଗ୍ୟଶ୍ରୀ ସାହୁଙ୍କ ଉଦାହରଣ ଦେଇଥିଲେ । ତାଙ୍କ ଦ୍ୱାରା ପଥର ଉପରେ ପଟ୍ଟଚିତ୍ର ଅଙ୍କନର ବାଖ୍ୟା କରିବା ସହ ଭାଗ୍ୟଶ୍ରୀଙ୍କ ଭବିଷ୍ୟତର ପ୍ରୟାସ ପାଇଁ ଶୁଭକାମନା ଦେଇଥିଲେ । ଚିତ୍ର ଏବଂ ରଙ୍ଗ ମାଧ୍ୟମରେ ବହୁତ କିଛି ନୂଆ ଶିଖାଯାଇପାରେ ଓ କରାଯାଇପାରେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ