କଟକ ସନ୍ ହସ୍ପିଟାଲରେ ଅଗ୍ନିକାଣ୍ଡ

କଟକ,(ଓ୍ବାଇଏନ୍ଏସ୍): କଟକର କନିକା ଛକସ୍ଥିତ ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି। ନିଆଁ ଲିଭାଇବା କାମରେ ଅଗ୍ନିଶମ ବାହିନୀର ୫ଟି  ଗାଡ଼ି ନିୟୋଜିତ ହୋଇଛନ୍ତି। ହସ୍ପିଟାଲର ଉପର ମହଲା ଝରକା ଦେଇ ଭିତରେ ଲାଗିଥିବା ନିଆଁର ଝୁଲ ବାହାରକୁ ବାହାରିବା ସହ ପ୍ରବଳ ଧୂଆଁ ଉଠୁଥିବା ଦେଖାଯାଇଛି। ସନ୍ ହସ୍ପିଟାଲରେ ନିଆଁ ଲାଗିଥିବା ବେଳେ କେଉଁ କାରଣରୁ ନିଆଁ ଲାଗିଛି ତାର କାରଣ ଅସ୍ପଷ୍ଟ ରହିଛି। ନିଆଁ ଲାଗିଥିବା ସନ୍ ହସ୍ପିଟାଲର ଉପର ମହଲାରୁ ପ୍ରବଳ ଧୂଆଁ ବାହାରୁଥିବାବେଳେ ସମସ୍ତ ରୋଗୀଙ୍କୁ ଏସସିବି ସମେତ ଅନ୍ୟ ମେଡିକାଲକୁ ସ୍ଥାନାନ୍ତର କରାଯାଉଛି। ଘଟଣାସ୍ଥଳରେ କଟକ ଜିଲାପାଳ ଓ କଟକ ମହାନଗର ନିଗମ କମିସନର ପହଞ୍ଚିଛନ୍ତି। ତେବେ ହସ୍ପିଟାଲର ମୁଖ୍ୟ ରାସ୍ତା ଅଣଓସରିଆ ଥିବା ବେଳେ ରୋଗୀଙ୍କୁ ସ୍ଥାନାନ୍ତର କରିବାରେ ବିଳମ୍ବ ହେଉଛି। ଏହାସହ ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ନେଇ ଏବେ ପ୍ରଶ୍ନ ଉଠିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ