ଫେବୃୟାରୀ ପହିଲାରୁ ଖୋଲିଲା ଅଙ୍ଗନୱାଡି କେନ୍ଦ୍ର; ୨୩ ଜଣ ଅଧିକାରୀ କଲେ ଅନୁଧ୍ୟାନ
ବୁଗୁଡା,(ଅନିଲ କୁମାର ମହାରଣା): ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପ୍ରକାରେ ଫେବୃଆରୀ ପହିଲାରୁ ଓଡ଼ିଶାର ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଖୋଲିବା ସହ ଶିକ୍ଷା ଦାନ ଆରମ୍ଭ ହୋଇଛି । ବ୍ଲକ ଓ ସହରର ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଅନୁଧ୍ୟାନ କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ୨୩ ଜଣ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କୁ ଦାୟିତ୍ବ ଦେଇଥିବା ବେଳେ ବୁଗୁଡା ବ୍ଲକ ଓ ଏନଏସି ରେ ଥିବା ଅଙ୍ଗନୱାଡି କେନ୍ଦ୍ରକୁ ଅନୁଧ୍ୟାନ କରିବା ପାଇଁ ଛତ୍ରପୁରରୁ ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ ଆସି ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରି କୌଣସି ଅନିୟମିତତା ଦେଖିନଥିଲେ । ଶ୍ରୀ ମଣ୍ଡଳଙ୍କ ସହ ବୁବୁଡ ତହସିଲଦାର ସଂଗ୍ରାମ କେଶରୀ ଜେନା, ସିଡିପିଓ ରଞ୍ଜିତା ତ୍ରିପାଠୀ, ସୁପ୍ରଭାଇଜର ସୁ କେସିନୀ ରଥ ପ୍ରମୁଖ ମାଣିତରା ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରିଥିଲେ। ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରର ଛତୁଆ ଦେଖିବା ସହ ଓଜନ କରାଇଥିଲେ । ଅଙ୍ଗନୱାଡି କର୍ମୀ ଆରତୀ ବେହେରା, ପୁଷ୍ପାଞ୍ଜଳି ମହାରଣା, ରଶ୍ମିତା ପ୍ରଧାନ ଓ ରଶ୍ମିତା ନାୟକଙ୍କ ସମେତ ଗର୍ଭବତୀ ମାଆ, ପ୍ରସୂତୀ ମାଆ, ଓ ଶିଶୁଙ୍କ ମାଆ ମାନଙ୍କ ସହ ଆଲୋଚନା କରିଥିଲେ।


