ବଳରାମ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟର ଉଦଯାପିତ ଦିବସ

ଧାମନଗର,(ସନ୍ତୋଷ କୁମାର ପ୍ରଧାନ): ଧାମନଗର ଅନ୍ତର୍ଗତ ମାଙ୍କିଡିଆ ଠାରେ ଆଜି ବଳରାମ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ଦିବସ ପାଳିତ ହୋଇଯାଇଛି | ଏହି ଟୁର୍ନାମେଣ୍ଟ ରେ ବାଘୁରାଇ ଭାଘୁ ଆସୁଣୀ କ୍ରିକେଟ ଟିମ ଓ ନଳାଙ୍ଗ ନବଜୋତି ଉତ୍କଳ ୟୁଥ କ୍ଲବ କ୍ରିକେଟ ଟିମ ଅଂଶଗ୍ରହଣ କରିଥିଲେ | ପ୍ରଥମେ ବାଘୁରାଇ କ୍ରିକେଟ ଟିମ ଟସ ଜିତି ବ୍ୟାଟିଙ୍ଗ କରିବାକୁ ନିଷ୍ପତି ନେଇଥିଲା | ଉଭୟ ଟିମ ୨୦ ଓଭୋର ଖେଳିବା ଲାଗି ନିଷ୍ପତି ନିର୍ଦ୍ଧାରିତ ହୋଇଥିଲା | ବାଘୁରାଇ କ୍ରିକେଟ ଟିମ ତାର ୨୦ ଓଭୋର ଖେଳି ୧୫୧ ରନ ସଂଗ୍ରହ କରିଥିଲା | ପ୍ରତିପକ୍ଷ ନଳାଙ୍ଗ ଟିମ ଦ୍ୱିତୀୟ ପାଳି ରେ ୧୮ ଓଭୋର ଖେଳି ତାର ସମସ୍ତ ୱେକେଟ ହରାଇ ୧୪୯ ରନ ସଂଗ୍ରହ କରିପାରିଥିଲା |ଏହି ଖେଳ ରେ ବାଘୁରାଇ ଟିମ ବିଜୟୀ ହୋଥିଲା |ଏହି ଖେଳରେ ମେନ ଅଫ ଦି ମ୍ୟାଚ “ମଳୟୟତ୍ରୀ ପାଢ଼ୀ “(ବାଘୁଆରୀ ), ମେନ ଅଫ ଦି ସିରିଜ ସୂବେନ୍ଦୁ କୁମାର (ନଳାଙ୍ଗ ) | ଖେଳକୁ ପରିଚାଳନା କରୁଥିଲେ ଶ୍ରୀଯୁକ୍ତ ଅଜୟ ବେହେରା ଓ ବିଶ୍ଵରଞ୍ଜନ ନାୟକ | ଖେଳର ମୁଖ୍ୟ ଅତିଥି ଆଇନଯିବି ଶ୍ରୀଯୁକ୍ତ ଦୀପ୍ତି ରଞ୍ଜନ ଯେନା | ସରେଇ(ଚୁଡାକୁଟି ) ସରପଞ୍ଚ ଶ୍ରୀମତୀ ସ୍ୱରସ୍ୱତୀ ବେହେରା, ସାମ୍ବାଦିକ ସନ୍ତୋଷ ଦାସ ଓ ପ୍ରଦୀପ ବାରିକ,ବରୁଣ ସାହୁ, ପ୍ରଶାନ୍ତ ସାହୁ, ଅନନ୍ତ ସାହୁ,ଗଙ୍ଗାଧର ସାହୁ,ରମେଶ ଦତ୍ତ, ପ୍ରଶାନ୍ତ ବେହେରା, ବିଜୟଲଷ୍ମୀ ବେହେରା,ଅଭୟ ସାହୁ, ପ୍ରଦୀପ ନାୟକ ଉପସ୍ଥିତ ରହି ଖେଳାକୁ ଆଗକୁ ବଢ଼ାଇଥିଲେ | ଖେଳର ସ୍କୋର ବୋଡ଼ ଦାଇତ୍ୱ ରେ ଅସୀମ ସାହୁ ଓ ସଞ୍ଜୟ ନାୟକ,  ଖେଳର ଅନନ୍ୟ ନେତୃ ବୃନ୍ଦ ସିଦ୍ଧାର୍ଥ,ରାମଚନ୍ଦ୍ର, ସଂଜୀବ,ରାଜୁ, ଲିପୁ, ବଣ୍ଟି,ଆକାଶ,ଚନ୍ଦନ,ରତନ, ସୁଦର୍ଶନ ପରିଚାଳନା କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ