ଲକ୍ଷ୍ମୀପୂଜା ଅବସରରେ ସମାଜ ସଂସ୍କାର ପାଇଁ ସଚେତନତା- ଶ୍ରୀମା
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ପ୍ରସିଦ୍ଧ ପୂଜା ଲକ୍ଷ୍ମୀପୂଜା ଅବସରରେ ଶ୍ରୀ ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ (ଶ୍ରୀମା)ଙ୍କ ମହତ ପ୍ରୟାସ ଜାରି ରିହିଛି । ସପ୍ତଦିନ ବ୍ୟାପି ଏହି ଗଣପର୍ବ ଚାଲିବାକୁ ଥିବା ବେଳେ ଏହି ସମୟରେ ସମାଜରୁ କୁ ସଂସ୍କାର ଦୂର କରିବା, ସମାଜ ମଙ୍ଗଳ ଓ ଉତମ ଚରିତ୍ର ଗଠନ ଦିଗରେ ସଚେତନତା ସୃଷ୍ଟି କରିବା ପାଇଁ ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । କେନ୍ଦ୍ରାପଡା ଜିଲ୍ଲାକୁ ଏକ ଆଦର୍ଶ ଜିଲ୍ଲା ଭାବେ ଗଢି ତୋଳିବାକୁ ସମସ୍ତଙ୍କ ଉଦ୍ୟମ ରହିବା ଆବଶ୍ୟକ । କାରଣ ଆମ କେନ୍ଦ୍ରାପଡା ତୁଳସୀକ୍ଷେତ୍ର ଶ୍ରୀ ବଳଦେବଜୀଉ ମହାପ୍ରଭୁଙ୍କର ଅତି ପବିତ୍ର କ୍ଷେତ୍ର । ଏହି ପବିତ୍ର ମାଟିର କେତେ ଯେ ଐତିହ୍ୟ ରହିଛି । ସେଥିପାଇଁ ପୂଜା ମଣ୍ଡପରେ ତୁଳସୀ ବୃକ୍ଷ ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ପ୍ରଦାନ କରୁଛନ୍ତି ଏବଂ ପୂଜା ମଣ୍ଡପ ଗୁଡିକରେ ଗୀତାପାଠ, ଲକ୍ଷ୍ମୀ ପୁରାଣ, ବିଶ୍ୱଶାନ୍ତି ଓ ପୂଜା ମଣ୍ଡପର କର୍ମକର୍ତା ଏବଂ କେନ୍ଦ୍ରାପଡାବାସୀଙ୍କ ମଙ୍ଗଳ ଦୀର୍ଘାୟୂ ଓ ରୋଗମୁକ୍ତ ପାଇଁ ଗରାପୁରସ୍ଥିତ ଦିବ୍ୟ ଜୀବନ ସଂଘ ଶିବାନନ୍ଦ ଆଶ୍ରମ ପକ୍ଷରୁ ଶ୍ରୀମାଙ୍କ ନିର୍ଦ୍ଦେଶ କ୍ରମେ ମହାମନ୍ତ୍ରଓ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରାଯାଉଛି ଓ ପୂଜା କମିଟି ମାନଙ୍କୁ ଅଶ୍ଳୀଳ ଗୀତ ନ ବଜାଇବାକୁ ଅନୁରୋଧ କରାଯାଇଛି । ଏଥିସହିତ ପରିବେଶ ସଫା ରଖିବା , ସହରରୁ ପ୍ଲାଷ୍ଟିକ ଓ ନିଷା ଦ୍ରବ୍ୟ, ଧୁମପାନ ନିଷେଧ କରିବାକୁ ମଧ୍ୟ ମାଆ ଅନୁରୋଧ କରିଛନ୍ତି । ଏସବୁ କାର୍ଯ୍ୟକୁ ଯୋଗାଯୋଗ କରି ଅଧିକ ତ୍ୱରାନ୍ୱିତ କରୁଛନ୍ତି ଆଶ୍ରମର ସଦସ୍ୟ ପ୍ରଦିପ କୁମାର ମହାନ୍ତି ଓ ଶ୍ରୀଧର ରାଉତ, ସୁବାଷ ମହାପାତ୍ର, ଆଶ୍ରମର ବ୍ରହ୍ମଚାରୀ ନୃସିଂହ ଦାସ, ବିଦ୍ୟାଧର ପରିଡା, ଶଶିକାନ୍ତ ସାହୁ, ପୁଷ୍ପା ମହାନ୍ତି, ଗାୟତ୍ରୀ ସ୍ୱାଇଁ, ଶିବାନୀ, ପ୍ରମିଳା ବରାଳ, ଦ୍ରୌପଦୀ ରାଉତ, କମଳା ମହାନ୍ତି, ନୀର ନାୟକ, ମଞ୍ଜୁ ନାୟକ, ବାସନ୍ତୀ ମହାନ୍ତି, ଗୀତାଞ୍ଜଳୀ ସ୍ୱାଇଁ, ରୁଦ୍ରାଣୀ ମହାପାତ୍ର, ଶଶ୍ମିତା ଭଦ୍ର, ଚିତ୍ରା ସ୍ୱାଇଁ, ମମତା ଜେନା, ମିନତୀ ନାୟକ, ହେମ ମହାରଣା, ସରିତା ରଣା, ମଞ୍ଜୁ ସ୍ୱାଇଁ ପ୍ରମୁଖ ଏଥିରେ ସହଯୋଗ କରୁଛନ୍ତି ।