ଯଶୋଟିକିରି ମହାବୀର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୟୁନିକ ଭଦ୍ରକକୁ ହରାଇ ଜୁଭେନାଇଲ କଟକ ସେମିରେ
ବାରିକପୁର,(ଓ୍ବାଇଏନ୍ଏସ୍): ଭଣ୍ଡାରିପୋଖରୀ ବ୍ଲକ ଯଶୋଟିକିରି ଖେଳ ପଡିଆ ଠାରେ ମହାବୀର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ତୃତୀୟ କ୍ୱାଟରଫାଇନାଲ ମ୍ୟାଚ ୟୁନିକ ଭଦ୍ରକ ସହିତ ଜୁଭେନାଇଲ କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୟୁନିକ ଭଦ୍ରକକୁ ୧ଉଇକେଟରେ ହରାଇ ଜୁଭେନାଇଲ କଟକ ସେମିରେ ପ୍ରବେଶ କରିଛି । ୟୁନିକ ଭଦ୍ରକ ଟିମ ଟସ ଜିତି ପ୍ରଥମେ ବ୍ୟାଟିଂ କରି ୨୨ଓଭରରେ ସମସ୍ତ ଉଇକେଟ ହରାଇ ୧୫୭ରନ ସଂଗ୍ରହ କରିଥିଲା । ଦଳପକ୍ଷରୁ ଅଂଶୁମାନ ମହାନ୍ତି ବ୍ୟକ୍ତିଗତ ୩୪ଟିବଲରୁ ୫୬, ସତ୍ୟରଞ୍ଜନ ସାମଲ ୨୦ବଲରୁ ୨୯ ରନ ସଂଗ୍ରହ କରିଥିଲେ । ବିପକ୍ଷ ଦଳ ପକ୍ଷରୁ ସୁମିତ ଶର୍ମା ୪.୫ଓଭର ବୋଲିଂ କରି ୩୬ରନ ଦେଇ ୪ଉଇକେଟ ପାଇଥିଲେ । ଜବାବରେ ଜୁଭେନାଇଲ କଟକ ଟିମ ୨୪.୪ଓଭରରେ ୯ ଉଇକେଟ ହରାଇ ୧୬୦ରନ କରି ବିଜୟୀ ହୋଇଥିଲା । ଦଳପକ୍ଷରୁ ଦେବାଶିଷ ସାମନ୍ତରାୟ ୩୭ଟି ବଲରୁ ୭୪ ଓ ମାନସ ଭଟ୍ଟାଚାର୍ଯ୍ୟ ୨୬ଟିବଲରୁ ୨୫ରନ ସଂଗ୍ରହ କରିଥିଲେ । ବିପକ୍ଷ ଦଳର ବୋଲର କିଷାନ ମନୋହର ୫ଓଭର ବୋଲିଂ କରି ୨୯ରନ ଦେଇ ୪ଉଇକେଟ ପାଇଥିଲେ । ମ୍ୟାନ ଅଫ ଦି ମ୍ୟାଚ ଭାବେ ସୁମିତ ଶର୍ମାଙ୍କୁ ପୁରସ୍କୃତ କରାଯାଇଥିଲା । କାଳନ୍ଦୀ ପଣ୍ଡା ଓ ଦୁର୍ଗା ପ୍ରସାଦ ପଟ୍ଟନାୟକ ଅମ୍ପେୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ସ୍କୋରର ଭାବେ ଦେବାଶିଷ ରଥ, ସୌମ୍ୟ ବର୍ଦ୍ଧନ, ମାନସ ନନ୍ଦ ଓ ଭାଷ୍ୟକାର ଭାବେ ପ୍ରତ୍ୟୁଷ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ । ବୁଧବାର ଚତୁର୍ଥ କ୍ୱାଟରଫାଇନାଲ ମ୍ୟାଚ ଇଲେଭେନ ଷ୍ଟାର ଯାଜପୁର ସହିତ ୟୁନିକ କେନ୍ଦୁଝର ମଧ୍ୟରେ ଅନୁଷ୍ଠିତ ହେବ ।


