ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ବାରିକପୁର,(ଓ୍ବାଇଏନ୍ଏସ୍): ଭଣ୍ଡାରିପୋଖରୀ ଥାନା ୧୬ନଂ ଜାତୀୟ ରାଜପଥର ଡାହାଲା ମହନ୍ତ ପୋଲ ନିକଟ ଏକ ନିମ୍ବ ଗଛରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳୁ ସ୍ଥାନୀୟ ଲୋକେ ଲିମ୍ବ ଗଛରେ ଜଣେ ଯୁବକଙ୍କ ମୃତଦେହ ଝୁଲୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ । ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଥିଲେ ସୁଦ୍ଧା ମୃତ ଯୁବକଙ୍କର ପରିଚୟ ମିଳିପାରିନଥିଲା । ଅନତୀଦୂରରେ ବିଷ ସହିତ ମଦ ବୋତଲ ପଡିଥିବା ପୁଲିସ ଦେଖିବାକୁ ପାଇଥିଲା । ମୃତ ଯୁବକଙ୍କ ପରିଚୟ ମିଳିପାରିନଥିବାବେଳେ କେହି ହତ୍ୟା କରି ଘଟଣାକୁ ସୁପରିକଳ୍ପିତ ଆତ୍ମହତ୍ୟାର ରୂପ ଦେଇଥିବା ଅନୁମାନ କରାଯାଉଛି । ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବାବେଳେ ୧/୨୧ରେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ