ବିନା ଅନୁମତିରେ ଅନୁପସ୍ଥିତ ଥିବା ଡେପୁଟୀ କଲେକ୍ଟରଙ୍କୁ ଜିଲ୍ଲାପାଳଙ୍କ କୈଫିୟତ ତଲବ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଗତ ୨୫ତାରିଖରେ ବିନା ଅନୁମତିରେ ଅନୁପସ୍ଥିତ ଥିବା ଏବଂ ଗତ ସୋମବାର ଜିଲ୍ଲାପାଳ ତାଙ୍କ କାର୍ଯ୍ୟାଳୟକୁ ଆସିଥିବା ସମୟରେ ଅନୁପସ୍ଥିତ ଥିବା ଯୋଗୁଁ ଜନୈକ ଡେପୁଟୀ କଲେକ୍ଟରଙ୍କୁ କୈଫିୟତ ତଲବ କରାଯିବା ସହ ତାଙ୍କ ଦରମା ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ବନ୍ଦ କରାଯାଇଥିବା ସୂଚନା ମିଳିଛି । ଏଥିସହିତ କାର୍ଯ୍ୟରେ ଅବହେଳା ପାଇଁ କେନ୍ଦ୍ରାପଡା ଏବଂ ପଟ୍ଟାମୁଣ୍ଡାଇ ବ୍ୟତିତ ଜିଲ୍ଲାର ଅନ୍ୟ ସମସ୍ତ ତହସିଲଦାରଙ୍କ ଦରମା ମଧ୍ୟ ବନ୍ଦ କରାଯାଇଥିବା ସୂଚନା ମିଳିଛି । ଏଠାରେ ସୂଚନା ଯୋଗ୍ୟ ଯେ ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ଦେଖି ବିନା ଅନୁମତିରେ କାର୍ଯ୍ୟାଳୟରେ ଅନୁପସ୍ଥିତ ରହୁଥିବା ଓ ଅନେକ ସମୟରେ ନିଜ ସିଟରେ ରହୁନଥିବା ଅଧିକାରୀ ଓ କର୍ମଚାରୀଙ୍କ ମନରେ ଛନକା ପସିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ