ସିସିଆଇରେ ନାବଳିକା ଗର୍ଭବତୀ ଘଟଣା: ୨ ଗିରଫ
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁରରେ ଥିବା ଏକ ସିସିଆଇରେ ଜଣେ ନାବାଳିକା ଅନ୍ତେବାସୀଙ୍କୁ ଗର୍ଭବତୀ କରିବା ଘଟଣାରେ ସଦର ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ୧୪ବର୍ଷର ନାବାଳକ ହୋଇଥିବା ବେଳେ ଅନ୍ୟଜଣଙ୍କ ହେଉଛନ୍ତି ବିଣ୍ଟୁ(୪୦)। ତେବେ ଉଭୟ ନାବାଳିକାଙ୍କୁ ବଳାତ୍କାର କରିଛନ୍ତି ନା ଜଣେ କରିଛନ୍ତି ଓ ଅନ୍ୟ ଜଣେ ସହଯୋଗ କରିଛନ୍ତି ସେ ନେଇ ପୋଲିସ କୌଣସି ସୂଚନା ଦେଉନାହିଁ। ଚଳିତମାସ ୪ତାରିଖରେ ଦୁଇ ଅଭିଯୁକ୍ତଙ୍କୁ ସଦରଥାନା ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ନାବାଳକ ଜଣଙ୍କୁ ଅନୁଗୁଳସ୍ଥିତ ବାଳସୁଧାରକେନ୍ଦ୍ରକୁ ପଠାଇ ଦିଆଯାଇଛି। ଜାମିନ ନାମଞ୍ଜୁର ହେବା ପରେ ଅଭିଯୁକ୍ତ ବିଣ୍ଟୁକୁ ବାରିମୂଳସ୍ଥିତ ଉପକାରାଗାରକୁ ପଠାଇ ଦିଆଯାଇଛି। ଝାଡଖଣ୍ଡ ରାଜ୍ୟର ଛାଇବସାଜିଲ୍ଲାର ଶିଶୁ ମଙ୍ଗଳ କମିଟିର ଅମିତସୈାରଭ ପତି ଚଳିତମାସ ୧ତାରିଖରେ ଏସମ୍ପର୍କରେ ସଦର ଥାନାରେ ଏତଲା ଦେବା ପରେ ସେହି ଅଭିଯୋଗକୁ ଭିତ୍ତିକରି ସଦର ଥାନାରେ କେଶ ନମ୍ବର – ୫୨୨/୨୦୨୬ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା। ଏହି ଘଟଣାକୁ ନେଇ ଶିଶୁ ମଙ୍ଗଳ କମିଟି ତଦନ୍ତ ଆରମ୍ଭ କରିଛି। ସୁରକ୍ଷା ଦୃଷ୍ଟିରୁ ଏହି ସିସିଆଇରେ ରହୁଥିବା ଅନ୍ୟ ଅନ୍ତେବାସୀମାନଙ୍କୁ ଅନ୍ୟ ଏକ ସିସିଆଇକୁ ସ୍ଥାନାନ୍ତର କରାଯାଇଛି। ନାବାଳିକା ଜଣକ ଝାଡ଼ଖଣ୍ଡର ବୋଲି ଜଣାପଡିଛି। ଗତ ୩ବର୍ଷ ତଳେ ତାଙ୍କୁ ଉଦ୍ଧାର କରାଯାଇ ଏହି ସିସିଆଇରେ ରଖାଯାଇଥିଲା। ହେଲେ ଗତ ୩ ମାସ ହେବ ସେ ଗର୍ଭବତୀ ଥିବା ଅଭିଯୋଗ ହୋଇ


