କେନ୍ଦ୍ରାପଡା ବିଡିଓଙ୍କ ଭରତପୁର ପଂଚାୟତ ପରିଦର୍ଶନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବିଡିଓ ଅଶ୍ୱିନୀ କୁମାର ଦାସ ଭରତପୁର ଗ୍ରାମପଂଚାୟତକୁ ପରିଦର୍ଶନରେ ଯାଇ ଖଜିରିଆ ଶ୍ମସାନ ନିକଟରେ ମନରେଗା ଯୋଜନାରେ ଖନନ ହେଉଥିବା ୨ଟି ପୋଖରୀ,ଜଗନ୍ନାଥପୁର ଶ୍ମସାନ ପୋଖରୀ ସ୍ଥଳ ବୁଲି ଦେଖିବା ସହ ମେହେନ୍ଦିପୁର ଲାଲ ବାହାଦୂର ନୋଡାଲ ଉଚ୍ଚ ଶିକ୍ଷାଶ୍ରମରେ ୬ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଜଳରେ ମଧ୍ୟାହ୍ନ ଭୋଜନ ପାଇଁ ନିର୍ମାଣ ହେବାକୁ ଥିବା ରୋଷେଇ ଘର ଓ ଡାଇନିଙ୍ଗ ହଲ ନିମନ୍ତେ ସଂପୃକ୍ତ ସାଇଡକୁ ବୁଲି ଦେଖିଥିଲେ । ଏଥିସହିତ ସେହି ବିଦ୍ୟାଳୟର ଉନ୍ନତିକରଣ ଓ ସୈାନ୍ଧର୍ଯ୍ୟକରଣ କାର୍ଯ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସେଠାରେ ଉପସ୍ଥିତ ଥିବା ସରପଂଚ ଜୀନତପ୍ରିୟଦର୍ଶିନୀ ରାଉତଙ୍କୁ ପରାମର୍ଶ ଦେଇଥିଲେ । ଏହାବ୍ୟତିତ ଭରତପୁର ପଂଚାୟତକୁ ସବୁଜ ସୁନ୍ଦର ଓ ଏକ ଆଦର୍ଶ ପଂଚାୟତ ଭାବେ ଗଢିତୋଳିବାକୁ ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଥିଲେ । ବିଡିଓଙ୍କ ଗସ୍ତ ସମୟରେ ସହକାରୀ ଯନ୍ତ୍ରୀ ଆକୁଳି ଚରଣ ସାହୁ, କନିଷ୍ଠ ଯନ୍ତ୍ରୀ ସଶ୍ମିତା ନାୟକ, ପଂଚାୟତ ନିର୍ବାହୀ ଅଧିକାରୀ ଯଦୁମଣୀ ପ୍ରଧାନ ଓ ଜି.ଆର.ଏସ. କ୍ଷଣପ୍ରଭା ବେହେରା, ଶିକ୍ଷାଶ୍ରମର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ