ଘରେ ମନ୍ଦିର ଥିଲେ…
ଘରେ ମନ୍ଦିର ତିଆରି କରିବା ପରମ୍ପରା ଆଦିମ କାଳରୁ ରହିଆସିଛି । ମନ୍ଦିର କାରଣରୁ ଘରକୁ ସକାରାତ୍ମକ ଶକ୍ତି ପ୍ରବେଶ କରେ । ଏହି ସମ୍ବନ୍ଧକୁ ଧ୍ୟାନରେ ରଖିବା ଦରକାର ଯେ, ମନ୍ଦିର ଆଖପାଖ ପରିଷ୍କାର ରଖିବା ଏବଂ ନିୟମିତ ରୂପରେ ସକାଳ-ସନ୍ଧ୍ୟାରେ ପୂଜା କରିବା ଦରକାର ।
ଘରର ମନ୍ଦିରରେ ଅଧିକ ବଡ଼ ମୂର୍ତ୍ତି ରଖିବା ଅନୁଚିତ୍ । ଶିବପୁରାଣ ଅନୁସାରେ ମନ୍ଦିରରେ ଆମ ଆଙ୍ଗୁଠି ଆକାରଠାରୁ ବଡ଼ ଶିବଲିଙ୍ଗ ରଖିବା ଅନୁଚିତ୍ । ଶିବଲିଙ୍ଗ ବହୁତ ସମ୍ବେଦନଶୀଳ ହୋଇଥାଏ ଏବଂ ଏହି କାରଣରୁ ଘରର ମନ୍ଦିରରେ ଛୋଟ ଶିବଲିଙ୍ଗ ରଖିବାର ନିୟମ ରହିଛି । ଅନ୍ୟ ଦେବୀଦେବତାଙ୍କ ମୂର୍ତ୍ତି ବି ଛୋଟ ଆକାରର ରଖନ୍ତୁ ।
ଧ୍ୟାନ ରଖିବା ଜରୁରୀ ଯେ, ଖଣ୍ଡିତ ମୂର୍ତ୍ତି ଯେପରି ରଖି ନଥାଆନ୍ତି । ଯେଉଁ ମୂର୍ତ୍ତି ଖଣ୍ଡିତ ହୋଇଥିବ, ତାକୁ ମନ୍ଦିରରୁ ବାହାର କରିଦିଅନ୍ତୁ । ଖଣ୍ଡିତ ମୂର୍ତ୍ତି ପୂଜା ପାଇଁ ଅଶୁଭ । କିନ୍ତୁ ଧ୍ୟାନ ରଖନ୍ତୁ ଯେ, କେବଳ ଶିବଲିଙ୍ଗ ଯେପରି କୌଣସି ପ୍ରକାରର ବି ଖଣ୍ଡିତ ନଥାଏ ।
ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ମନ୍ଦିର ଉପରେ ପରଦା ଟାଣିଦିଅନ୍ତୁ । ଯେଉଁ ପ୍ରକାର ଆମେ ଶୋଇବା ବେଳେ କୌଣସି ପ୍ରକାରର ବାଧାକୁ ପସନ୍ଦ କରୁନାହୁଁ ସେହିଭଳି ମନ୍ଦିର ଉପରେ ପରଦା ଢାଙ୍କିଦେବା ଉଚିତ୍ । ଯଦ୍ୱାରା ଭଗବାନଙ୍କ ବିଶ୍ରାମରେ ବାଧା ନଉପୁଜେ ।
ଘରେ ପୂଜା କରୁଥିବା ବ୍ୟକ୍ତିଙ୍କ ମୁହଁ ପଶ୍ଚିମ ଦିଗକୁ ରହିଲେ ଅଧିକ ଶୁଭ ହୁଏ । ତେଣୁ ମନ୍ଦିରର କବାଟ ପୂର୍ବ ଦିଗକୁ ରହିବା ଦରକାର । ଯଦି ସମ୍ଭବ ହେଉନାହିଁ ତେବେ ପୂଜା କରିବା ସମୟରେ ବ୍ୟକ୍ତିର ମୁହଁ ପୂର୍ବଦିଗକୁ ରହିଲେ ଶ୍ରେଷ୍ଠ ଫଳ ପ୍ରାପ୍ତ ହୁଏ ।
ଶୌଚାଳୟ ନିକଟରେ ମନ୍ଦିର ତିଆରି କରିବା ଅନୁଚିତ୍ । ଏପରି ଜାଗାରେ ମନ୍ଦିର ରହିଲେ ଶୁଭ ଫଳ ଦିଏନାହିଁ । ଏହି କାରଣରୁ ବାସ୍ତୁଦୋଷ ବଢ଼ିଥାଏ ।
ମନ୍ଦିର ଏଭଳି ସ୍ଥାନରେ ତିଆରି କରିବା ଆବଶ୍ୟକ, ଯେଉଁଠି କିଛି ସମୟ ପାଇଁ ସୂର୍ଯ୍ୟକିରଣ ନିଶ୍ଚୟ ପଡୁଥିବ । ସୂର୍ଯ୍ୟଙ୍କ କିରଣ ଏବଂ ସତେଜ ପବନ ଦ୍ୱାରା ଘରର ଅନେକ ଦୋଷ ଶାନ୍ତ ହୋଇଯାଏ । ସୂର୍ଯ୍ୟକିରଣ ବାତାବରଣର ନକାରାତ୍ମକ ଶକ୍ତିକୁ ନଷ୍ଟ କରିଦିଏ ।
ସକାଳେ ଓ ସନ୍ଧ୍ୟାରେ ଘରେ ପୂଜା କରିବା ଉଚିତ୍ । ମନ୍ଦିରରେ ଦୀପ ଜଳାନ୍ତୁ । ପୂଜା ସମୟରେ ଘଣ୍ଟି ବଜାନ୍ତୁ । ଘଣ୍ଟି ଶବ୍ଦ ଏବଂ ଦୀପର ଚମକ୍ରେ ନକାରାତ୍ମକ ନଷ୍ଟ ହୋଇଯିବ ।
ଯେତେବେଳେ କିଛି ବିଶେଷ ମୁହୂର୍ତ୍ତ ଆସେ, ସେତେବେଳେ ପ୍ରତ୍ୟେକ କୋଠରୀ ଓ ମନ୍ଦିରରେ ଗୋମୂତ୍ର ଛିଞ୍ଚନ କରନ୍ତୁ । ଗୋମୂତ୍ର ଛିଞ୍ଚିବା ଦ୍ୱାରା ପବିତ୍ରତା ବଜାୟ ରହିବା ସହ ବାତାବରଣ ସକାରାତ୍ମକ ହୋଇଯାଏ ।
ପୂଜାରେ ବାସି ଫୁଲ, ଫଳ ଅର୍ପଣ କରନ୍ତୁ ନାହିଁ । ସ୍ୱଚ୍ଛ ତଥା ସତେଜ ଫୁଲ ଓ ଜଳ ବ୍ୟବହାର କରନ୍ତୁ । ଧ୍ୟାନ ରଖନ୍ତୁ ଯେ, ତୁଳସୀ ପତ୍ର ଏବଂ ଗଙ୍ଗାଜଳ କେବେ ବି ବାସି ହୁଏନାହିଁ, ଏହାକୁ ଯେ କୌଣସି ସମୟରେ ବ୍ୟବହାର କରାଯାଇପାରେ ।
ଘରର ଯେଉଁ ସ୍ଥାନରେ ମନ୍ଦିର ତିଆରି କରାଯାଇଛି ସେଠାରେ ଚମଡ଼ା ନିର୍ମିତ ଜିନିଷ ତଥା ଜୋତା-ଚପଲ ଆଦି ରହିବା ଅନୁଚିତ୍ ।


