ବିଧାୟକଙ୍କ ଦ୍ୱାରା ତୀର୍ଥବାସୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

ପୋଲସରା,(ଅନିଲ କୁମାର ମହାରଣା) : ପୋଲସରା ବ୍ଲକ ଅନ୍ତର୍ଗତ ମନଶୀଳା ଗ୍ରାମର ଠାକୁରାଣୀ ପଡ଼ିଆରେ ଫେବୃୟାରୀ ୬ ତାରିଖ ଦିନ ତୀର୍ଥବାସୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପକ୍ଷରୁ କ୍ରିକେଟ ମ୍ୟାଚ ଆରମ୍ଭ ହୋଇଯାଇଛି । ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଛନ୍ତି। କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ପୋଲସରା ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ,ଉପାଧ୍ୟକ୍ଷା ସଂଯୁକ୍ତା ବାଡ଼ତ୍ୟା, ଜିଲ୍ଲା ପରିଷଦ ସଦସ୍ୟ ଜଗନ୍ନାଥ ବେହେରା, ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନ, ଓ ପୋଲସରା ଏନଏସି ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇ ଥିଲେ। ଉଦଘାଟନୀ କ୍ରିକେଟ ମ୍ୟାଚ ବରିଡା ଟିମ୍ ଓ ବର୍ତ୍ତିନି ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ବରିଡା ଟିମ୍ ବିଜୟୀ ହୋଇଥିଲେ। କ୍ରିକେଟ ମ୍ୟାଚ ଦେଖିବା ପାଇଁ ବହୁ କ୍ରିକେଟ ପ୍ରେମୀ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ