ବାଳାଶ୍ରମରେ ପୁଅର ଜନ୍ମଦିନ ପାଳିଲେ ବ୍ଲକ ଯୁବ ବିଜେଡି ସଭାପତି

ହାଟଡ଼ିହି, (ବିକାଶ ବିଶ୍ୱାଳ) : ହାଟଡିହି ବ୍ଲକ ବିଷ୍ଣୁପ୍ରୀୟା ବାଳାଶ୍ରମରେ ନିଜ ପୁଅର ଜନ୍ମଦିନ ପାଳନ କରିଛନ୍ତି ବ୍ଲକ ଯୁବ ବିଜେଡି ସଭାପତି ଚିନ୍ମୟ ନାୟକ । ଆଜି ତାଙ୍କ ପୁଅ ଅନୟର ୮ମ ବାର୍ଷିକ ଜନ୍ମଦିନକୁ ବିଷ୍ଣୁପ୍ରୀୟା ବାଳାଶ୍ରମର କୁନି କୁନି ଅନାଥ ପିଲାଙ୍କ ଗହଣରେ କେକ୍ କାଟି ପାଳନ କରିଥିଲେ । ଏହି ସମୟରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ଜେନା, ଚିତ୍ତରଞ୍ଜନ ପାତ୍ର, ବିଷ୍ଣୁପ୍ରୀୟା ବଳାଶ୍ରମର ସମ୍ପାଦକ ପ୍ରେମାନନ୍ଦ ଦାସ, ଦେବାଶିଷ ବାରିକ, ପୁର୍ବତନ ସମବାୟ ସମିତି ସଭାପତି ଉପେନ୍ଦ୍ର ସେନାପତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ