ବରିଷ୍ଠ ଆଇନଜୀବି ହାଡିବନ୍ଧୁ ବେହେରାଙ୍କ ପରଲୋକ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଓକିଲ ସଙ୍ଘର ବରିଷ୍ଠ ଆଇନଜୀବି ହାଡିବନ୍ଧୁ ବେହେରାଙ୍କର ଶନିବାର ସଂନ୍ଧ୍ୟା ୫ଟା ୨୦ମିନିଟ ସମୟରେ ତାଙ୍କ ସାନ୍ତସାହିସ୍ଥିତ ବାସଭବନରେ ୭୮ବର୍ଷ ବୟସରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ୩ପୁତ୍ର କଳିଙ୍ଗକେଶରୀ ବେହେରା, ଭାରତଭୂଷଣ ବେହେରା ଓ ବିଶ୍ୱପ୍ରକାଶ ବେହେରା ଏବଂ ଝିଅ ନିବେଦିତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ କେନ୍ଦ୍ରାପଡା ସହରରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ବିୟୋଗ ଖବର ପାଇ ଜିଲ୍ଲା ଓକିଲ ସଙ୍ଘର ସଭାପତି ସରୋଜରାଜ ସିଂ,ସମ୍ପାଦକ ବିବେକାନନ୍ଦ ଦାସ, ଆଇନଜୀବି ଧ୍ରୁବ ଚରଣ ଜେନା, କୁଳମଣୀ ଦାସ, ଅକ୍ଷୟ କୁମାର ମହାନ୍ତି, ବଳଦେବ ପ୍ରସାଦ ସାମନ୍ତରାୟ, ପୂର୍ବତନ ପୈାରାଧ୍ୟକ୍ଷ ଧିରେନ ସାହୁ, ମହମ୍ମଦ ଆକବର ଅଲ୍ଲୀ, ହିରଣ୍ୟ ପଣ୍ଡା, ନିତ୍ୟାନନ୍ଦ ସ୍ୱାଇଁ, ଦେବଦାସ ମହାନ୍ତି, ଦିନେଶରାଜ ସିଂ, ଆଶିଷ ସେନାପତି, ଧରଣୀଧର ସୁଆର, ଚନ୍ଦ୍ରଭାନୁ ବରାଳ, ନେହେରୁ ସାହୁ, ଭୀମସେନ ଭୂୟାଁ, ରମେଶ ଲେଙ୍କା, ରାମଚନ୍ଦ୍ର ଦାସ, ସୁବାଷ ଦାସ, ଦିଲ୍ଲୀପ ସାହୁ, ବିଭୁ ପ୍ରସାଦ ସିଂ, ବୈଦ୍ୟନାଥ ଚାଟାର୍ଜୀ, ବିମ୍ବାଧର ପଲାଇ, ଡା. ନିରଞ୍ଜନ ପରିଡା, ପ୍ରଦୀପ କୁମାର ଦାଶ, ନୃସିଂହ ରାଉତ, ପ୍ରଫୁଲ୍ଲ ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଁଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଜ୍ୟେଷ୍ଠପୁତ୍ର କଳିଙ୍ଗକେଶରୀ ମୁଖାଗ୍ନି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ