ମଦପିଇ ରାସ୍ତାରେ ପାଟିତୁଣ୍ଡ କରୁଥିବା ଅଭିଯୁକ୍ତଙ୍କ ଠାରୁ ୫ହଜାର ଜୋରିମାନା ଆଦାୟ
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଗତ ଶୁକ୍ରବାର ରାତିରେ ମଦପିଇ ରାସ୍ତାରେ ପାଟିତୁଣ୍ଡ କରୁଥିବା ୨ଜଣ ଯୁବକ ଓ ଜଣେ ଯୁବତୀଙ୍କ ଠାରୁ ସଦର ଥାନା ପୋଲିସ ୫ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ସୂଚନା ମିଳିଛି । ଅଭିଯୋଗ ଅନୁଯାଇ ଗାଡିନମ୍ବର – ଓଡି- ୦୨- ଏଜେଡ- ୮୨୩୩ ବିଶିଷ୍ଟ କାରରେ ୨ଜଣ ଯୁବକ ଓ ଜଣେ ଯୁବତୀ ଏକ ବିବାହରେ ଯୋଗ ଦେବାକୁ ଆସିଥିବା ବେଳେ ଗତ ଶୁକ୍ରବାର ରାତିରେ ସଦର ଥାନା ଅନ୍ତର୍ଗତ ଏକ ରାସ୍ତାଉପରେ ମଦପିଇ ପାଟିତୁଣ୍ଡ କରୁଥିଲେ । ଏସମ୍ପର୍କରେ ସ୍ଥାନୀୟ ଲୋକଙ୍କ ଠାରୁ ଖବରପାଇ ସଦର ଥାନା ପୋଲିସ ସେମାନଙ୍କୁ ଥାନାକୁ ଆଣିବା ସହ ସେମାନଙ୍କ ଠାରୁ ୫ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ସୂଚନା ମିଳିଛି ।


