ଗଂଜାମ ପୁଲିସ ହାବିଲଦାର କନଷ୍ଟେବଲ ସଂଘ ଧାରଣା

ଛତ୍ରପୁର (ଯୁଗାବ୍ଦ ନ୍ୟୁଜ): ଗଂଜାମ ପୁଲିସ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ହାବିଲଦାର ଓ କନ ଷ୍ଟେବଲ ସଂଘର ନବନିର୍ବାଚିତ କର୍ମକର୍ତା ମାନଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲ।। ଉତ୍ସବ ସରିବା ପରେ ନୂତନ କର୍ମକର୍ତା ଓ ତାଙ୍କ ସମର୍ଥକ ମାନେ ଏକାଠି ହୋଇ ମଧ୍ୟାହ୍ନ ଭୋଜନ କରିବା ସମୟରେ ପରାଜିତ ପ୍ରାର୍ଥୀମାନେ ଆସି ଗାଳିଗୁଲଜ କରିଥିଲେ । ଏହାର ପ୍ରତିବାଦରେ ନୂତନ କର୍ମକର୍ତା ମାନେ ଏସପିଙ୍କ ପୁରୁଣା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବସିବା ସହ ଏହି ଘଟଣାରେ ସଂପୃକ୍ତ ପରାଜିତ ପ୍ରାର୍ଥୀ ମାନଙ୍କ ବିରୁଦ୍ଧରେ ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି । ଏହାସହ ସେମାନଙ୍କୁ ଜିଲ୍ଲା ବାହାର କୁ ବଦଳି କରିବାକୁ ଦାବୀ ଜଣାଇଛନ୍ତି । ଘଟଣା ସଂପର୍କ ପୁଲିସ ଉଚ୍ଚ ପଦାଧିକାରୀଙ୍କୁ ନୂତନ ସଂଘ କର୍ମକର୍ତା ମାନେ ଦାବୀ ଜଣାଇଥିବା ସୂଚନା ଦେଇଛନ୍ତି । ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଅବ୍ୟାହାତ ରହିବ ବୋଲି ସଂଘର ସଭାପତି ଗୈାରାଚାନ୍ଦ ତ୍ରିପାଠୀ ଏକ ପ୍ରେସବିବୃତିରେ ଜଣାଇଛନ୍ତି । ଏନେଇ ଛତ୍ରପୁର ଏସଡପିଓ ଓ ଥାନା ଅଧିକାରୀ ଘଟଣାସ୍ଥଳକୁ ଯାଇ ଘଟଣା ସଂପର୍କରେ ଅନୁଧ୍ୟାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ