ଯୌତୁକ ଯୁଇରେ ବଳିପଡିଲା ଲିଜା, ସ୍ୱାମୀ ଅଟକ
ହାଟଡ଼ିହି, : ହାଟଡିହି ବ୍ଲକ ସୋସୋ ଥାନା ଅଧିନସ୍ଥ ଖଳାଗଡିଆ ଗ୍ରାମର ଜଣେ ନବବଧୁକୁ ଶ୍ୱଶୁର ଘର ଲୋକମାନେ ଯୌତୁକ ପାଇଁ ନିର୍ଯ୍ୟାତନା ଦେଇ ମାରିଦେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ନନ୍ଦିପଦା ଥାନା ଅଧିନସ୍ଥ ଡଙ୍କୁରୀ ଗ୍ରାମର ମୁକୁନ୍ଦ ବେହେରାଙ୍କ ଝିଅ ଲିଜାରାଣୀ ବେହେରା ଗତ ୬ବର୍ଷ ପୁର୍ବେ ଖଳାଗଡିଆ ଗ୍ରାମର ଦିଲ୍ଲିପ କୁମାର ପୁହାଣଙ୍କୁ ଭଲପାଇ ବିବାହ କରିଥିଲା । ଏବେ ତାଙ୍କର ଗୋଟିଏ ୪ବର୍ଷର ଝିଅ ଅଛି । ବିବାହ ସମୟରେ କୌଣସି ଯୌତୁକ ଦିଆଯାଇ ନଥିବାରୁ ପରିବାର ଲୋକମାନେ ଅନେକ ସମୟରେ ତାକୁ ନିର୍ଯ୍ୟତନା ଦେଇ ଆସୁଥିଲେ । ଗତ୧୨ତାରିଖ ମଧ୍ୟାହ୍ନରେ ଝିଅର ଦେହ ଖରାପ ଥିବା ଓ ତାକୁ ଡାକ୍ତରଖାନା ନେଇଯାଇଥିବା ଶୁଣିବାକୁ ପାଇବାପରେ ଲିଜାର ମା ୧୩ତାରିଖ ଦିନ ଡାକ୍ତରଖାନାକୁ ଯାଇଥିଲେ । ସେଠାରେ ଝିଅକୁ ମା ସହିତ ସାକ୍ଷାତ କରାଇ ଦେଇନଥିଲେ । ମାତ୍ର ଡାକ୍ତରଖାନା ନେବାବାଟରେ ତାର ମୃତ୍ୟୁ ହୋଇସାରିଥିଲା । ସେମାନେ ଝିଅକୁ ମାରିଦେଇ ତା ପାଟିରେ ବିଷ ଢ଼ାଳି ଦେଇଥିବା ଆମେ ଅନୁମାନ କରୁଛୁବୋଲି ଲିଜାର ବାପା ସୋସୋ ଥାନାରେ ଅଭିଯୋଗ କରିଛନ୍ତି । ଏପରିକି ଶବକୁ ପୋଷ୍ଟ ମଟମ ନକରି ଶବକୁ ସେମାନେ ସକ୍ରାର କରିଦେଇଥିବା ଲିଜାରାଣୀର ବାପା ମକୁନ୍ଦ ସୋସୋ ଥନାରେ ଅଭିଯୋଗ କରିଛନ୍ତି । ପୁଲିସ ଉପଯୁକ୍ତ ତଦନ୍ତ କରି ତାଙ୍କୁ ନ୍ୟାୟ ଦେବାକୁ ସେ ନିବେଦନ କରିଛନ୍ତି । ଅଭିଯୋଗ ପାଇବାପରେ ସୋସୋ ଥାନା ପୁଲିସ ଅଭିଯୁକ୍ତ ସ୍ୱାମୀ ଦିଲ୍ଲିପକୁ ଥାନାକୁ ନେଇ ପଚରା ଉଚୁରା କରୁଛନ୍ତି ।