କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ମାଳଦା ଠାରେ ଲକ୍ଷ୍ମୀନାରାୟଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ସିମିଳିଆ ଓ ମାଳଦାର ମା ମଙ୍ଗଳା କ୍ରିକେଟ ଟିମ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ସିମିଳିଆ କ୍ରିକେଟ ଟିମ ଟସ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ଓଭରରେ ୧୧୫ରନ ସଂଗ୍ରହ କରିଥିଲା । ଜବାବରେ ମାଳଦା କ୍ରିକେଟ ଟିମ ୮୯ରନ ସଂଗ୍ରହ କରି ପରାଜୟ ବରଣ କରିଥିଲା । ଉଦଯାପନୀ ପୁରସ୍କାର ବିତରଣ ସଭାରେ ଖବରଦାତା ରାଜେନ୍ଦ୍ର ଶତପଥି ଓ ଜଗନ୍ନାଥ ଦାସ ଯୋଗଦେଇ ଦୁଇଦଳକୁ ପୁରସ୍କୃତ କରିଥିଲେ । ମ୍ୟାନ ଅଫ ଦି ମ୍ୟାଚ ଭାବେ ପ୍ରତ୍ୟୁଷ ରାଉତରାୟ ଓ ମ୍ୟାନ ଅଫ ଦି ସିରିଜ ଭାବେ କାର୍ତ୍ତିକ ଜେନାଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରତିଯୋଗିତାକୁ ଅଶ୍ୱନୀ ଧଳ, ସେହ୍ୱାଗ ସାମଲ, ସଂଜୟ ଖିଲାର, ସୁଶିଲ ସାମଲ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ