ଏନ୍‌.ଆର୍‌. ନାରାୟଣ ମୂର୍ତ୍ତିଙ୍କ ଜୀବନୀକୁ ନେଇ ବଲିଉଡ୍ ଫିଲ୍ମ

ନୂଆଦିଲ୍ଲୀ: ବଲିଉଡରେ ବାୟୋପିକ୍ ଟ୍ରେଣ୍ଡ୍ ଚାଲିଥିବାବେଳେ ପିରିଓଡିକ୍ ଡ୍ରାମା ସାଙ୍ଗକୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଜୀବନୀ ଉପରେ ମଧ୍ୟ ଅନେକ ସମୟରେ ଫିଲ୍ମ ନିର୍ମାଣ କରାଯାଉଛି । ସମାଜରେ ଲୋକପ୍ରିୟ ବ୍ୟକ୍ତିତ୍ୱଙ୍କ ଜୀବନୀକୁ ନେଇ ପ୍ରସ୍ତୁତ କାହାଣୀ ପରଦାରେ ଦେଖିବାକୁ ଦର୍ଶକେ ପସନ୍ଦ ମଧ୍ୟ କରୁଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ହୁଅନ୍ତୁ ବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଏମ୍‌.ଏସ୍‌. ଧୋନୀ ହୁଅନ୍ତୁ ବା ମେରିକମ୍‌, ଏଭଳି ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ଜୀବନ ଓ ସଂଘର୍ଷ ଉପରେ ବଲିଉଡରେ ଫିଲ୍ମ ନିର୍ମାଣ କରାଯାଇଛି । ଏହି ତାଲିକାରେ ଏବେ ଆଉ ଏକ ଦମ୍ପତିଙ୍କ ନାଁ ଯୋଡ଼ିହେବାକୁ ଯାଉଛି । ଖୁବ୍‌ଶୀଘ୍ର ଇନଫୋସିସ୍ ସହପ୍ରତିଷ୍ଠାତା ଏନ୍‌.ଆର୍‌. ନାରାୟଣ ମୂର୍ତ୍ତି ଏବଂ ତାଙ୍କ ପତ୍ନୀ ସୁଧା ମୂର୍ତ୍ତିଙ୍କ ଜୀବନୀ ଉପରେ ନିର୍ମାଣ ହେବ ଫିଲ୍ମ । ଏନେଇ ବିଧିବଦ୍ଧ ଘୋଷଣା ମଧ୍ୟ କରାଯାଇଛି । ବଲିଉଡର ବଡ଼ ପରଦାରେ ମୂର୍ତ୍ତି ଦମ୍ପତିଙ୍କ ଜୀବନ, ସଂଘର୍ଷ ଓ ଦେଶ ପ୍ରତି ଥିବା ଅବଦାନଗୁଡ଼ିକୁ ଦେଖିବାକୁ ମିଳିବ । ମୂର୍ତ୍ତି ଦମ୍ପତିଙ୍କୁ ନେଇ ପ୍ରସ୍ତୁତ ହେବାକୁ ଥିବା ଏହି ଫିଲ୍ମର ଟାଇଟଲ ମଧ୍ୟ “ମୂର୍ତ୍ତି’ ରଖାଯାଇଛି । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ଅଶ୍ୱିନୀ ଆୟାର ତିୱାରୀ ନେଇଥିବାବେଳେ କାହାଣୀ ଲେଖୁଛନ୍ତି ସଞ୍ଜୟ ତ୍ରିପାଠୀ । ତେବେ ଅଶ୍ୱିନୀ ବର୍ତ୍ତମାନ କଙ୍ଗନା ରାନାୱତଙ୍କ “ପଙ୍ଗା’ ଫିଲ୍ମରେ ବ୍ୟସ୍ତ ଅଛନ୍ତି । ସେହିପରି ଫିଲ୍ମର ପ୍ରଯୋଜନା କରୁଛନ୍ତି ମହାବୀର ଜୈନ, ନିତେଶ ତିୱାରୀ ଏବଂ ଅଶ୍ୱିନୀ ଆୟାର ତିୱାରୀ । ଭାରତର ମହାନ୍ ଦାନବୀରଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ଏନ୍‌.ଆର୍‌. ନାରାୟଣ ମୂର୍ତ୍ତି । ସେ ବ୍ୟବସାୟଠାରୁ ଊର୍ଦ୍ଧ୍ୱରେ ଚିନ୍ତା କରି ଇନ୍‌ଫୋସିସ୍ ମାଧ୍ୟମରେ ଦେଶର ଗରିବ ଲୋକଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ