ଏବେ ବି ସିଙ୍ଗିଲ୍ ଅଛନ୍ତି ଏହିସବୁ ବଲିଉଡ୍ ସେଲେବ୍ରିଟି

ସେଲେବ୍ରିଟିଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଆପଣ ଇଣ୍ଟରନେଟରୁ ହିଁ ଜାଣିବାକୁ ପାଇଥା’ନ୍ତି । ସାଶାଲ୍ ମିଡିଆରେ ବଲିଉଡ୍ ସେଲେବ୍ରିଟିମାନେ ମଧ୍ୟ ନିଜର ରିଲେସନ୍ସିପ୍ ଷ୍ଟାଟସ୍ ଅପଡେଟ୍ କରୁଥିବା ଦେଖିବାକୁ ମିଳୁଛି । ଦୀପିକା ପାଦୁକୋନ୍‌, ଅନୁଷ୍କା ଶର୍ମା, ପ୍ରିୟଙ୍କା ଚୋପ୍ରାଙ୍କ ପରି ଅଭିନେତ୍ରୀଙ୍କର ପ୍ରେମ ସମ୍ପର୍କଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ସମସ୍ତ ଖବର ସୋଶାଲ ମିଡିଆରୁ ହିଁ ଜଣାପଡ଼ିଥିଲା?
ତେବେ ଏହି ହଟ୍ ଓ ସେକ୍ସି ଅଭିନେତ୍ରୀଙ୍କ ମଧ୍ୟରେ କିଛି ଅଭିନେତ୍ରୀ ଏପରି ଅଛନ୍ତି, ଯେଉଁମାନେ ନିଜର ସିଙ୍ଗଲ୍ ଲାଇଫକୁ ଖୁବ୍ ଉପଭୋଗ କରୁଛନ୍ତି । ନିତିଦିନିଆ ଜୀବନକୁ ଇଣ୍ଟରନେଟ୍‌ରେ ଅପଲୋଡ଼୍ କରି ଫ୍ୟାନ୍ସଙ୍କୁ ଖବର ମଧ୍ୟ ଦେଉଛନ୍ତି । ସେମାନଙ୍କ ମଧ୍ୟରେ କ୍ୟାଟ୍ରିନା କୈଫ୍‌, ଇଲିଆନା ଡି’କ୍ରୁଜ୍‌, ଅନନ୍ୟା ପାଣ୍ଡେଙ୍କ ପରି ଫ୍ୟାଶନ୍ ଡିଭା ରହିଛନ୍ତି । ଯେଉଁମାନେ ହିନ୍ଦୀ ଇଣ୍ଡଷ୍ଟ୍ରୀରେ ନିଜର ସିଙ୍ଗିଲ୍ ଜୀବନକୁ ନେଇ ଖୁସି ଥିବା ଦେଖିବାକୁ ମିଳିଥାଏ । ଆସନ୍ତୁ ଜାଣିବା ସେହିପରି କିଛି ଅଭିନେତ୍ରୀଙ୍କ ବିଷୟରେ:-
୧. ଅନନ୍ୟା ପାଣ୍ଡେ :”ଷ୍ଟୁଡେଣ୍ଟ ଅଫ୍ ଦି ଇୟର୍ ୨’ ଫିଲ୍ମରେ ଡେବ୍ୟୁ କରି ଅନନ୍ୟା ବଲିଉଡରେ ପ୍ରବେଶ କରିଛନ୍ତି । ତାଙ୍କ ହାତରେ ଏବେ ଅନେକ ପ୍ରୋଜେକ୍ଟ ମଧ୍ୟ ଅଛନ୍ତି । “ପତି ପତ୍ନୀ ଔର୍ ବୋ’ ଫିଲ୍ମରେ ଅଭିନେତା କାର୍ତ୍ତିକ୍ ଆର୍ଯ୍ୟନ୍‌ଙ୍କ ସହିତ ଅଭିନୟ କରିବା ପରେ କାର୍ତ୍ତିକଙ୍କ ସହିତ ତାଙ୍କର ଆଫେୟାର୍ ଥିବା ଚର୍ଚ୍ଚା ହୋଇଥିଲା । କିନ୍ତୁ ଏହାର କୌଣସି ସତ୍ୟତା ନାହିଁ । ଇନଷ୍ଟାଗ୍ରାମରେ ଅନନ୍ୟାଙ୍କର ଫଲୋଅରଙ୍କ ସଂଖ୍ୟା ଅଧିକ । ଅନେକ ସମୟରେ ଗ୍ଲାମରସ୍ ଫଟୋ ଓ ଭିଡିଓ ପୋଷ୍ଟ କରି ସେ ନିଜର ଫ୍ୟାନ୍‌ଙ୍କୁ ଆକର୍ଷଣ କରିବା ସହିତ ସମାଲୋଚକଙ୍କୁ କଡ଼ା ଜବାବ ମଧ୍ୟ ଦେଇଥା’ନ୍ତି ।
୨. ବାଣୀ କପୁର :ଗ୍ଲାମରସ୍ ବାଣୀଙ୍କର ଇନଷ୍ଟାଗ୍ରାମରେ ୨.୬ ଫଲାଅର୍ ରହିଛନ୍ତି । ସମସ୍ତ ପାର୍ଟି ଓ ଭ୍ୟାକେସନରେ ବାନି ଫଟୋ ଓ ଭିଡିଓ ପୋଷ୍ଟ କରିଥା’ନ୍ତି । ଯେଉଁଥିରେ ସିଙ୍ଗିଲ୍ ଜୀବନକୁ ନେଇ ସେ ବେଶ୍ ଖୁସି ଥିବା ଦେଖିବାକୁ ମିଳିଥାଏ ।
୩. ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ :ବଲିଉଡ୍ ସହିତ ସୋଶାଲ ମିଡିଆରେ ଜ୍ୟାକ୍‌ଲିନ ବେଶ୍ ଲୋକପ୍ରିୟ । କେବଳ ଇଣ୍ଡିଆରେ ନୁହେଁ, ସାରା ବିଶ୍ୱରେ ତାଙ୍କର ଫଲୋଅର ରହିଛନ୍ତି । ବିଭିନ୍ନ ଦେଶରେ ଛୁଟି କାଟୁଥିବା ସମୟରେ ସେ ଫଟୋ ପୋଷ୍ଟ କରିଥା’ନ୍ତି । ଏଥିରୁ ସ୍ପଷ୍ଟ ଜଣାପଡ଼ିଥାଏ ଯେ ଜ୍ୟାକଲିନ୍ ଏପର୍ଯ୍ୟନ୍ତ ସିଙ୍ଗଲ୍ ଅଛନ୍ତି ।
୪. ଇଲିଆନା ଡି’କ୍ରୁଜ୍ :ନିକଟରେ ଇଲିଆନା ତାଙ୍କ ବୟଫ୍ରେଣ୍ଡ ଆଣ୍ଡ୍ରିଉ ନିବୋନ୍‌ଙ୍କ ସହିତ ବ୍ରେକ ଅପ୍ କରି ଚର୍ଚ୍ଚାରେ ରହିଥିଲେ । ଏପରିକି ଇନ୍‌ଷ୍ଟାଗ୍ରାମରେ ଦୁହେଁ ପରସ୍ପରକୁ ଅନଫଲୋ ମଧ୍ୟ କରିଥିଲେ । ତେଣୁ ବର୍ତ୍ତମାନ ଇଲିଆନା ତାଙ୍କର ସାଙ୍ଗସାଥୀଙ୍କ ସହିତ ସିଙ୍ଗିଲ୍ ଲାଇଫକୁ ଏନଜଏ କରୁଛନ୍ତି । ଆଣ୍ଡ୍ରିଉଙ୍କ ସହିତ ବ୍ରେକ ଅପ୍ ପରେ ଇଲିଆନା ଅନେକ ବିବାଦ ଭିତରକୁ ଟାଣି ହୋଇ ଯାଇଥିଲେ ଏବଂ ସୋଶାଲ ମିଡିଆରେ ତାଙ୍କର ଟ୍ରୋଲଙ୍କୁ କଡ଼ା ଜବାବ ମଧ୍ୟ ଦେଇଥିଲେ । ୫. କ୍ୟାଟ୍ରିନା କୈଫ୍ :ରଣବୀର୍ କପୁରଙ୍କ ସହିତ ବ୍ରେକ ଅପ୍ ହେବା ପରେ ବି କ୍ୟାଟ୍ରିନାଙ୍କ ଗ୍ଲାମର୍ ଫିକା ପଡ଼ିନଥିଲା । କଠିନ ପରିଶ୍ରମ କରିବା ସହିତ ସୋଶାଲ ମିଡିଆରେ ସେ ୟୁଜର୍ସଙ୍କର ଭଲ ପାଇବାକୁ ସାଉଁଟିବାରେ ସମର୍ଥ ହୋଇଥିଲେ । କେବଳ ନିଜର ବ୍ୟକ୍ତିଗତ ଜୀବନ ନୁହେଁ, ଅନେକ ସମୟରେ କ୍ୟାଟ୍ରିନାଙ୍କୁ ଫଟୋ ସହିତ ଶିକ୍ଷଣୀୟ କ୍ୟାପସନ୍ ପୋଷ୍ଟ କରୁଥିବା ମଧ୍ୟ ଦେଖିବାକୁ ମିଳିଥାଏ । ବର୍ତ୍ତମାନ କ୍ୟାଟ୍ରିନା ତାଙ୍କ ସିଙ୍ଗିଲ୍ ଲାଇଫକୁ ନେଇ ବେଶ୍ ଖୁସି ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ