ବଡାଖାନା କାର୍ଯ୍ୟକ୍ରମରେ ବିଧାୟକ ଓ ଉପ ଜିଲ୍ଲାପାଳ

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଫେବୃଆରୀ ୧୦ ତାରିଖ ଦିନ ବଡାଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏନଏସିର ସଫେଇ କର୍ମଚାରୀ ମାନଙ୍କୁ ଆଜି ଗରମ ରୋଷେଇ ଖାଦ୍ୟ ପରିବେଷଣ କରାଯାଇଥିଲା। ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ଭଞ୍ଜନଗର ଉପ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଓ ବୁଗୁଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ ବଡାଖାନା କାର୍ଯ୍ୟକ୍ରମରେ ଯୋଗଦେଇ ପରିବେଷଣ ସ୍ଥାନରେ ଛିଡ଼ାହୋଇ ସଫେଇ କର୍ମଚାରୀଙ୍କୁ ଖାଦ୍ୟ ପରଷି ଥିଲେ। ଏନଏସିର ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ