ଭଞ୍ଜନଗର ବ୍ଳକ ଡୁମାକୁମ୍ପା କ୍ଳଷ୍ଟର ତରଫରୁ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଭଞ୍ଜନଗର ବ୍ଳକ ଡୁମାକୁମ୍ପା କ୍ଳଷ୍ଟର ତରଫରୁ ବନ୍ଧୁମିଳନ ଓ ବଣଭୋଜି ସ୍ଥାନୀୟ ମା ବଡରାଉଳ ପୀଠରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ କ୍ଳଷ୍ଟରର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରି ବହୁ ଦିନ ପରେ ପରସ୍ପରକୁ ନିକଟରେ ପାଇ ଖୁସି ଜାହିର କରିଥିଲେ | କରୋନା କଟକଣା ହେତୁ ବିଦ୍ୟାଳୟ ଗୁଡିକ ବହୁତ ଦିନ ହେଲା ବନ୍ଦ ଥିଲା ଓ ଏକତ୍ର ସମାବେଶ ସମ୍ଭବ ହୋଉନଥିବାରୁ ବହୁତ ଦିନ ପରେ ନିଜ କ୍ଳଷ୍ଟରର ଶିକ୍ଷକ ଶିକ୍ଷୟିତ୍ରୀମାନେ ନିଜର ବନ୍ଧୁ ବାନ୍ଧବୀଙ୍କୁ ପାଖରେ ପାଇ ସୁଖ ଦୁଃଖ ବାଣ୍ଟିଥିଲେ | କରୋନାରେ ପ୍ରାଣ ହରାଇଥିବା ଶିକ୍ଷକ ବନ୍ଧୁ କୁଶଧ୍ବଜ ସେଠୀ ଏବଂ ଅକାଳ ମୃତ୍ୟୁ ବରଣ କରିଥିବା ଶିକ୍ଷକ ବନ୍ଧୁ ବିରେନ୍ଦ୍ର ଗୌଡ ତଥା ପୂର୍ବତନ କ୍ଳଷ୍ଟର ଶିକ୍ଷକ ମୋହନ ରାଓ ପାତ୍ରଙ୍କ ମୃତ୍ୟୁ ହେତୁ ପ୍ରଥମେ ଶୋକ ପାଳନ କରାଯାଇଥିଲା |ପରେ ସି.ଆର୍.ସି.ସି ତ୍ରିନାଥ ବେହେରା ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ବରିଷ୍ଠ ପ୍ରଧାନ ଶିକ୍ଷକ ନେତାଜୀ ବିଷୋୟୀ, ଦିଲ୍ଲୀପ କୁମାର ଦାସ, ରବିନ୍ଦ୍ରନାଥ ବେହେରା, ଟିକିରାମ ସାହୁ, ପ୍ରଦୀପ କୁମାର ସାସମଲ ପ୍ରମୁଖ ନିଜ ନିଜ ବକ୍ତବ୍ୟ ରଖିଥିଲେ | ମାଳତୀ ପଟ୍ଟନାୟକ, ଅଶ୍ବିନୀ କୁମାର ବେହେରା ସଙ୍ଗୀତ ପରିବେଷଣ କରିଥିଲେ | କାର୍ଯ୍ୟକ୍ରମ ଆୟୋଜନରେ ଦାଶରଥୀ ବିଷୋୟୀ, ମହେଶ୍ବର ବିଶ୍ବାଳ, ରମେଶ ଚନ୍ଦ୍ର ବେହେରା ,ସୁଶାନ୍ତ ନାଇକ, କୁଞ୍ଜ ବିହାରୀ ମଲ୍ଲିକ ,ଅଭିଶେକ ନାୟକ,ସୁରେନ୍ଦ୍ରନାଥ ଗୌଡ, ଭଞ୍ଜ କିଶୋର ପ୍ରଧାନ, ପ୍ରସନ୍ନ କୁମାର ପ୍ରଧାନ, ବିଜୟ କୁମାର ବିଷୋୟୀ,କୁନା ବିଷୋୟୀ,ରଘୁନାଥ ରାଉତ ,ତ୍ରିନାଥ ପ୍ରଧାନ,ସିଦ୍ଧାର୍ଥ ଶତପଥୀ,ସନ୍ତୋଷ ରଥ, ବଂଶୀଧର ଦଣ୍ଡିଆ, ହାଡୁବନ୍ଧୁ ନାୟକ, ଗଣେଶ ନାଇକସନ୍ତୋଷ ବେହେରା,ଭଜରାମ ସେଠୀ,ଗୌର ଚନ୍ଦ୍ର ପଣ୍ଡା, ସୁଚିସ୍ମିତା ପାତ୍ର, ସସ୍ମିତା ପୃଷ୍ଟି, ରଶ୍ମି ପ୍ରଭା ସ୍ବାର,ମମତା ସାହୁ,ଶୁଭ୍ରମୟୀ ତ୍ରିପାଠୀ,ସୁବାସିନୀ ବେହେରା,ଲିଜା ଗୌଡ,ସଞ୍ଜିତା ପ୍ରଧାନ, ଲିଜାଲିନ ଗୌଡ ପ୍ରମୁଖ ସହାୟତା କରିଥିଲେ | ବିଦ୍ୟାଳୟରେ ଶିକ୍ଷକତା ଭଳି ଏକ ଆଦର୍ଶ ବୃତ୍ତି କୁ ଗ୍ରହଣ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ପରସ୍ପର ମଧ୍ୟରେ ଏକତା ଓ ଭାତୃତ୍ବ ଭାବନା ସହ ବନ୍ଧୁତ୍ବ ବଜାୟ ରଖିବା ପାଇଁ କିଛି ଦିନ ବ୍ୟବଧାନରେ କିମ୍ବା ପ୍ରତି ବର୍ଷ ଏପରି କିଛି କାର୍ଯ୍ୟକ୍ରମ ଆୟୋଜନର ଆବଶ୍ୟକତା ରହିଛି ବୋଲି ଏହି ଅବସରରେ ସି.ଆର୍.ସି.ସି ଶ୍ରୀ ବେହେରା ମତବ୍ୟକ୍ତ କରିବା ସହ ଏପରି ଏକ ସୁନ୍ଦର କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ନିଜ କ୍ଳଷ୍ଟରର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମ ସମାପ୍ତି ଘୋଷଣା କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ