ବିପୁଳ ପରିମାଣର ଗଞ୍ଜେଇ ଜବତ ; ୨ ଗିରଫ
ଚୌଦ୍ଵାର ,(ଦୀପକ୍ କୁମାର ବେଉରା): ଆଜି କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ କୁ ମିଳିଛି ଆଉ ଏକ ସଫଳତା । ଗଞ୍ଜେଇ ଚାଲାଣ ହେଉଥିବା ଏକ ଦାମୀ ଗାଡ଼ି ଧରା ପଡିଛି କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପଞ୍ଝାରେ । ଏହି ଗାଡ଼ିରେ ୨୨ କିଲୋ ଗଞ୍ଜେଇ ଚୋରା ଚାଲାଣ ଭୁବନେଶ୍ୱର ରୁ କେନ୍ଦୁଝର କୁ ହେଉଥିଲା । କଟକ ଚଣ୍ଡିଖୋଲ ରାସ୍ତା ରେ ପେଟ୍ରୋଲିଂ କରୁଥିବା ସମୟରେ ଟାଙ୍ଗୀ ନିକଟରେ ଏକ ହୁଣ୍ଡାଇ କାର ଉପରେ ସନ୍ଦେହ ହେବାରୁ କାର୍ ଟିକୁ ଅଟକାଇ ତଲାସି ନେବା ସମୟରେ ଗାଡି ଭିତରୁ ଗଞ୍ଜେଇ ଜବତ ହୋଇଥିଲା।ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା । ଏହା ସହିତ ଏଥିରେ ସଂପୃକ୍ତ ଦୁଇଜଣଙ୍କୁ ଗିରଫ କରାଯାଇଛି । ଦୁଇ ଅଭିଯୁକ୍ତ ସୁଶାନ୍ତ ସାହୁ ଓ ଗଗନ ମାଝୀ ବୋଲି ଜଣାପଡିଛି।


