ଗ୍ରାମ୍ୟ ପାର୍କ ପାଇଁ ଶୁଭ ଭିତ୍ତିପ୍ରସ୍ଥର ସ୍ଥାପନ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ସରସଦା ମା ବୁଢିଜାଗୁଳାଇ ପୀଠକୁ ଲାଗି ପ୍ରାୟ ୩ଏକର ଜାଗାରେ ଏକ ଗ୍ରାମ୍ୟ ପାର୍କ ନିର୍ମାଣ ପାଇଁ ଆଜି ଶୁଭଭିତ୍ତି ପ୍ରସ୍ଥର ସ୍ଥାପନ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣିତକାନ୍ତି ସାମଲ, ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ରାମଚନ୍ଦ୍ର ସେନାପତି, ଯୁବନେତା ପ୍ରିତଶ ରଞ୍ଜନ ନାୟକ, ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ଦାସ, ଜୟଶ୍ରୀ କର, ସତ୍ୟନାରାୟଣ ପାତ୍ର, ସମାଜସେବୀ ହେମନ୍ତ ଜେନା, ଦିଲ୍ଲୀପ ସାମଲ ପ୍ରମୁଖ ଯୋଗଦେଇଥିଲେ । ବିଭିନ୍ନ ଯୋଜନାରୁ ପ୍ରାଥମିକ ପର୍ଯ୍ୟାୟରେ ୯.୫୦ଲକ୍ଷ ବ୍ୟୟ କରାଯାଇ ପାର୍କ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସହକାରୀ ଯନ୍ତ୍ରୀଙ୍କ ଠାରୁ ପ୍ରକାଶ । ଆୟୋଜିତ କାର୍ଯ୍ୟକ୍ରମକୁ ଗ୍ରାମର ଦେବେନ୍ଦ୍ର ଷେଣ୍ଢ, ରବିନ୍ଦ୍ର ଦାସ, ଟୁଲୁ ନାୟକ, ବାପି ରଥ, କୁନା ପାତ୍ର, କାଳିଆ ଷଣ୍ଢ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ