ସଡକ ନିୟମ ପାଳନ ହିଁ ନିଜ ଅମୁଲ୍ୟ ଜୀବନ ରକ୍ଷା କରିବ : ଜିଲ୍ଲାପାଳ

ଛତ୍ରପୁର ,(ଓ୍ବାଇଏନ୍ଏସ୍): ସଡକ ସୁରକ୍ଷା ନିୟମ ପାଳନ ଦ୍ୱାରା ହିଁ ନିଜର ଅମୁଲ୍ୟ ଜୀବନକୁ ସୁରକ୍ଷିତ ରଖିପାରିବା । ଏହାହିଁ ଏକ ମାତ୍ର ରକ୍ଷା କବଚ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି । ଶୁକ୍ରବାର ଜାତୀୟ ସଡକ ସୁରକ୍ଷା ସଚେତନତା ନିମନ୍ତେ ଛତ୍ରପୁର ଠାରେ ସାମୁହିକ ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଏବଂ ଛତ୍ରପୁର ଆରକ୍ଷୀ ଅଧିକ୍ଷକ ବ୍ରିଜେସ୍ କୁମାର ରାୟ ପତାକା ଦେଖାଇ ଏହି ସାଇକେଲ ରାଲିର ଶୁଭାରମ୍ଭ କରି ସେମାନେ ମଧ୍ୟ ବହୁ ଛାତ୍ରଛାତ୍ରୀ,ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହିତ ମିଶି ସାଇକେଲ ଶୋଭାଯାତ୍ରାରେ ସାଇକେଲ ଚାଳନା କରି ଛତ୍ରପୁର ସହର ପରିଭ୍ରମଣ କରିଥିଲେ । ଗଣ ସାଇକେଲ ରାଲିଟି ଛତ୍ରପୁର ସହର ପରିଭ୍ରମଣ କରି କଣମଣା ଠାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ପର୍ଯ୍ୟନ୍ତ ପ୍ରାୟ ୧୦ କିଲୋମିଟର ରାସ୍ତା ଅତିକ୍ରମ କରି ପୁଣି ଛତ୍ରପୁର ସହରକୁ ପ୍ରତ୍ୟାବର୍ତ୍ତନ କରିଥିଲା । ଆଂଚଲିକ ପରିବହନ ଅଧିକାରୀ ବିକାଶ ଚନ୍ଦ୍ର ଚୈାଧୁରୀଙ୍କ ତତ୍ୱାବଧାନରେ ହୋଇଥିବା ଏହି ସାଇକେଲ ରାଲି ଅବସରରେ ଅନୁଷ୍ଠିତ ମଞ୍ଚ ରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମ୍ବିକା ପ୍ରସାଦ ଦାସ, ଅତିରିକ୍ତ ଉପଜିଲ୍ଲାପାଳ ସରୋଜ କୁମାର ଦାସ,ଛତ୍ରପୁର ଥାନାଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟ ପ୍ରମୁଖ ମଂଚାସୀନ ହୋଇ ସଡକ ସୁରକ୍ଷା ଦିଗରେ ନିଜକୁ କିଭଳି ସତର୍କ ରଖିବେ ଏବଂ ନିଜ ଅମୁଲ୍ୟ ଜୀବନ ସୁରକ୍ଷିତ ରଖିବେ ସେଥିନିମନ୍ତେ ନିଜେ ନିଜର ମତାମତ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ସୁଚନା ଓ ଲୋକ ସଂପର୍କ ଅଧିକାରୀ ରବି ନାରାୟଣ ବେହେରା ପରିଚାଳନା କରିଥିଲେ । ପ୍ରକାଶ ଥାଉ କି, ଗତ ଜାନୁୟାରୀ ୧୮ ତାରିଖ ଠାରୁ ଏହି ସଡକ ସୁରକ୍ଷା ସଚେତନତା ମାସ ଚାଲୁରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ