ବରିଷ୍ଠ ନାଗରିକ ମଂଚର ପ୍ରଥମ ବାର୍ଷିକ ପ୍ରତିଷ୍ଠା ଓ ସମ୍ବର୍ଦ୍ଧନା ଉତ୍ସବ ପାଳନ

ଛତ୍ରପୁର,(ଦେବଦତ୍ତ ମହାରଣା): ସ୍ଥାନୀୟ ବ୍ଲକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର ଗ୍ରାମର ବରିଷ୍ଠ ନାଗରିକ ମଂଚର ପ୍ରଥମ ବାର୍ଷିକ ପ୍ରତିଷ୍ଠା ଓ ସମ୍ବର୍ଦ୍ଧନା ଉତ୍ସବ ମଂଚର ସଭାପତି ନରହରି ପ୍ରଧାନଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଏସପି ଅଶୋକ ମହାନ୍ତି ମୁଖ୍ୟ ଅତିଥୀ ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଆଇନଜିବୀ ତଥା ମଂଚର ଆଇନ ପରାମର୍ଶଦାତା ବିଜୟ କୃଷ୍ଣ ପଟ୍ଟନାୟକ , ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ମେଡିକାଲ କଲେଜର ଆସୋସିଏଟ୍ ପ୍ରଫେସର ଡାକ୍ତର ମନୋଜ କୁମାର ସେଠି , ବ୍ରହ୍ମପୁର ଲିପିକାର ପରିଚାଳନା ନିର୍ଦ୍ଦେଶିକା ରଞ୍ଜିତା ଦାଶ ଓ ଟାଙ୍ଗଣାପଲ୍ଲୀ ସରପଞ୍ଚ କୁମାରୀ ପ୍ରଧାନ ଯୋଗ ଦେଇଥିଲେ । ଏକ ବର୍ଷର ଏହି ନୂତନ ମଂଚ ଗ୍ରାମରେ ବିଭିନ୍ନ ଜନହିତକାରୀ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଅତିଥି ମାନେ ସନ୍ତୋଷ ପ୍ରକାଶ କରିବା ସହ ପ୍ରଶଂସା କରିଥିଲେ । ଏହି ଉତ୍ସବରେ ସେବା ନିବୃତ୍ତ ଶିକ୍ଷକ ଓ କର୍ମଚାରୀ, କରୋନା ଯୋଦ୍ଧା, ରକ୍ତଦାତା, ସମାଜସେବୀ, ଆଦର୍ଶ କୃଷକ,ଶ୍ରମିକ, ମେଧାବୀ ଛାତ୍ର, କାରିଗର କାର୍ଯ୍ୟରେ ନିପୁଣତା ଲାଭ କରିଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସଂପାଦକ ବାଉରୀ ବନ୍ଧୁ ସାହୁ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଉପଦେଷ୍ଟା ନିରଞ୍ଜନ ସାହୁ ସ୍ୱାଗତ ଭାଷଣ ଓ କୋରା ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଉପସଭାପତି ଘନସ୍ୟାମ ସାହୁ,କୋଷାଧ୍ୟକ୍ଷ ଜଟେଶ୍ୱର ପ୍ରଧାନ, ଯୁଗ୍ମ ସଂପାଦକ ଗୋପାଳ ଚନ୍ଦ୍ର ପ୍ରଧାନ, ସମ୍ବିତ୍ କୁମାର ସାହୁ, ପ୍ରଶାନ୍ତ କୁମାର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ଛୋଟ ଛୋଟ ଶିଶୁ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ରେଗିଡିଛକ ଠାରେ ଏକ ପୋଲିସ୍ ଆଉଟ ପୋଷ୍ଟ ସ୍ଥାପନ କରିବା ପାଇଁ ମଂଚ ତରଫରୁ ଅତିରିକ୍ତ ଏସପ ଶ୍ରୀମହାନ୍ତିଙ୍କୁ ଏକ ସ୍ମାରକ ପତ୍ର ମାଧ୍ୟମରେ ନିବେଦନ କରାଯାଇଥିଲା । ପୁର୍ବରୁ ଗ୍ରାମରେ ଆୟୋଜିତ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଗ୍ରାମରେ ପ୍ରଥମ କରି ସଂଗଠିତ ହୋଇଥିବାରୁ ଗ୍ରାମର ଜନତାଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ